ETV Bharat / sitara

ରବୀନାଙ୍କୁ ଜନ୍ମଦିନରେ ଖାସ୍ ଉପହାର ଦେଲେ ‘କେଜିଏଫ’ ଟିମ

ଜାରି ହୋଇଯାଇଛି ରବୀନାଙ୍କ ନୂଆ ଲୁକ । ରାମିକା ସେନ ଭୂମିକାରେ ‘କେଜିଏଫ 2’ରେ ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରବୀନା ଟଣ୍ଡନ
author img

By

Published : Oct 26, 2020, 4:17 PM IST

ମୁମ୍ବାଇ: ଆଜି 46ତମ ଜନ୍ମ ଦିନ ସେଲିବ୍ରେଟ କରୁଛନ୍ତି ଫେମସ ଅଭିନେତ୍ରୀ ରବୀନା ଟଣ୍ଡନ । ଏହି ଖାସ ଅବସରରେ ଫ୍ୟାନ୍ସ ତ ତାଙ୍କୁ ସୋସିଆଲ ମିଡିଆରେ ବର୍ଥଡେ ୱିଶ କରିବାରେ ଲାଗିଛନ୍ତି । ହେଲେ ଶାନଦାର ଉପହାର ଦେଇଛନ୍ତି ‘କେଜିଏଫ 2’ମେକର୍ସ । କାରଣ ବହୁ ପ୍ରତିକ୍ଷିତ ଫିଲ୍ମ ‘କେଜିଏଫ 2’ରୁ ତାଙ୍କ ଫାଷ୍ଟଲୁକ ପୋଷ୍ଟ ଜାରି କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସମସ୍ତେ । ଫିଲ୍ମରେ ସେ ରାମିକା ସେନ ଭୂମିକାରେ ନଜର ଆସିବେ ।

ଫାଷ୍ଟଲୁକ ପୋଷ୍ଟର ସେୟାର କରି ଇନଷ୍ଟାଗ୍ରାମରେ ରବୀନା ଲେଖିଛନ୍ତି, ‘ଉପହାର ପାଇଁ କେଜିଏଫ ଟିମକୁ ଧନ୍ୟବାଦ ।’ ସେହିପରି ସେ ପୋଷ୍ଟରେ ଏକ ମେରୁନ କଲର ଶାଢୀ ପିନ୍ଧି ବେଞ୍ଚରେ ବସିଥିବାର ନଜର ଆସୁଛନ୍ତି । ଏହାସହ ତାଙ୍କ ଇମୋସନାଲ ଲୁକ ଦେଖାଯାଉଛି ।

ପ୍ରକାଶ ଥାଉକି ସାଉଥର ଏହି ବିଗ ବଜେଟ ଫିଲ୍ମରେ ରବୀନାଙ୍କ ସହ ସଞ୍ଜୁ ବାବା ମଧ୍ୟ ନଜର ଆସିବେ । ଫିଲ୍ମରେ ଭିଲେନ ସାଜି ସେ ତାମିଲ ସୁପରଷ୍ଟାର ୟଶଙ୍କ ସହ ଲଢିବେ। ଯାହାକୁ ପରଦାରେ ଦେଖିବାକୁ ବ୍ୟାକୁଳ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.