ETV Bharat / sitara

ପୂଜା ହେଗଡେଙ୍କୁ କୋରୋନା

author img

By

Published : Apr 26, 2021, 1:26 PM IST

ପୁଣି ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ରିପୋର୍ଟ ପଜିଟିଭ । ଏଥର ସାଉଥ ଷ୍ଟାର ପୂଜାଙ୍କୁ ହୋଇଛି କୋରୋନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ହେଗଡେ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପୂଜା ହେଗଡେ

ମୁମ୍ବାଇ: କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏହି କ୍ରମରେ ସାମିଲ ହୋଇଛନ୍ତି ସାଉଥର ଫେମସ ଅଭିନେତ୍ରୀ ପୂଜା ହେଗଡେ । ତାଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଯାହାର ସୂଚନା ଦେଇ ସେ ସମସ୍ତଙ୍କୁ ସୁରକ୍ଷିତ ବାର୍ତ୍ତା ବାଣ୍ଟିଛନ୍ତି । ବର୍ତ୍ତମାନ ସେ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛନ୍ତି । ସେପଟେ ଫ୍ୟାନ୍ସ ତାଙ୍କ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି ।

ପୂଜା ଟ୍ବିଟ କରି ଲେଖିଛନ୍ତି, ‘ସମସ୍ତଙ୍କୁ ସୁଚିତ କରାଉଛି ଯେ ମୋର କୋଭିଡ ଟେଷ୍ଟ ପଜିଟିଭ ଆସିଛି । ସବୁ ପ୍ରୋଟୋକଲ୍ସକୁ ଫଲୋ କରି ମୁଁ ବର୍ତ୍ତମାନ ନିଜକୁ ଘରେ ଆଇସୋଲେଟ କରିଦେଇଛି । ସେହି ଲୋକଙ୍କୁ ଟେଷ୍ଟ କରାଇବାକୁ ଅନୁରୋଧ କରୁଛି, ଯିଏ ନିକଟରେ ମୋ ସମ୍ପର୍କରେ ଆସିଥିଲେ ।’

ପ୍ରକାଶ ଥାଉକି ନିକଟରେ ପୂଜା ହାଇଦ୍ରାବାଦରେ ଅଭିନେତା ରାମ ଚରଣଙ୍କ ସହ ଏକ ଗୀତର ସୁଟିଂ କରିଥିଲେ । ଯାହାପରେ ସେ ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ରାଧେଶ୍ୟାମ’ର ସୁଟିଂ ଆରମ୍ଭ କରିଥାଆନ୍ତେ । ହେଲେ କୋରୋନା ପ୍ରକୋପ ପାଇଁ ବର୍ତ୍ତମାନ ଫିଲ୍ମର ସୁଟିଂକୁ ସ୍ଥଗିତ ରଖିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.