ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା ଓ କଲ୍ଲି କୋଚଲିନଙ୍କୁ ନେଇ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ପ୍ରଥମଥର ଏହି ଯୋଡି ଏକାଠି କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଦୁଇ ଅଭିନେତ୍ରୀଙ୍କ ଖୁସି ନକହିଲେ ସରେ । ଶୁଣିବାକୁ ମିଳୁଛି ଏହି ଯୋଡି ବ୍ରିଟିଶ-ଆମେରିକାନ ପ୍ରୋଜେକ୍ଟ ‘ଗୋଲ୍ଡଫିସ୍’ରେ ନଜର ଆସିବେ । ଉଭୟ ଅଭିନେତ୍ରୀ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏହି ସୂଚନା ଦେଇଛନ୍ତି ।
ଇନଷ୍ଟାଗ୍ରାମରେ କଲ୍କି ନୀନାଙ୍କ ସହ ନିଜର ଏକ ଫଟୋ କୋଲାଜ କରି ଲେଖିଛନ୍ତି, ‘ମୁଁ ଗୋଲ୍ଡଫିସ୍କୁ ନେଇ ବହୁତ ଉତ୍ସାହିତ ଅଛି । ନୀନାଙ୍କ ସହ କାମ କରିବାକୁ ନେଇ ମୁଁ ଖୁସି । ଆଉ ମୁଁ ସବୁବେଳେ ତାଙ୍କ ଅଭିନୟର ପ୍ରଶଂସା ମଧ୍ୟ କରେ । ନୀନାଙ୍କ ସହ ଏହା ମୋର ପ୍ରଥମ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟ । ଏହାର ସୁଟିଂ ଆରମ୍ଭ କରିବାକୁ ମୁଁ ଆଉ ଅପେକ୍ଷା କରିପାରୁନାହିଁ । ଗୋଲ୍ଡଫିସ୍, ପୁଶାନ କ୍ରିପାଲନି, ଅମିତ ସକ୍ସେନା ଏବଂ ପୂଜା ଚୌହାନ ।’
- " class="align-text-top noRightClick twitterSection" data="
">
ସେପଟେ ନୀନା ମଧ୍ୟ କହିଛନ୍ତି, ‘ଗୋଲ୍ଡଫିସ୍କୁ ନେଇ ମୁଁ ଏକ୍ସାଇଟେଡ ଅଛି । ଟ୍ୟାଲେଣ୍ଟେଡ ଅଭିନେତ୍ରୀ କଲ୍କିଙ୍କ ସହ ମୁଁ ପ୍ରଥମଥର ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟରେ ଧମାଲ କରିବାକୁ ଯାଉଛି ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ନିର୍ଦ୍ଦେଶକ ପୁଶାନ ପ୍ରଥମେ ଏହି ଦୁଇ ଅଭିନେତ୍ରୀଙ୍କୁ ସ୍କ୍ରିପ୍ଟ ଶୁଣାଇଥିଲେ । ଯାହାକୁ ପସନ୍ଦ କରି ସଙ୍ଗେ ସଙ୍ଗେ ଏଥିରେ କାମ କରିବାକୁ ରାଜି ହୋଇଥିଲେ ଅଭିନେତ୍ରୀ । ମା' ଝିଅଙ୍କ ନିଆରା କାହାଣୀକୁ ନେଇ ଆଧାରିତ ହେବ ଫିଲ୍ମ ।