ମୁମ୍ବାଇ: ଦେଶରେ ବର୍ତ୍ତମାନ କୋରୋନା ପ୍ରକୋପ ବଢିଚାଲିଛି । ହେଲେ ଏହି ଘଡିସନ୍ଧି ମୂହୁର୍ତ୍ତରେ ଦେଶରେ ଏକତା ଓ ଭାଇଚାରା ଭାବନା ଦେଖିବାକୁ ମିଳୁଛି । ସେଲିବ୍ରିଟି ଅଭାବୀ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିବାର ନଜର ଆସୁଛନ୍ତି । ଏବେ 1 କୋଟି ଦାନ କରି ଚର୍ଚ୍ଚାରେ ଅଭିନେତ୍ରୀ ତଥା ବିଜେପି ସାଂସଦ କିରନ ଖେର । ସୋସିଆଲ ମିଡିଆରେ ଜରିଆରେ ସେ ଏହାର ସୂଚନା ଦେଇଛନ୍ତି ।
-
With hope and prayers in my heart, I am donating Rs. 1 crore from MPLADS to the PGI Chandigarh towards the immediate purchase of ventilators for COVID-19 patients. I stand solidly with #MyCity #MyChandigarh #MyPeople @MoHFW_INDIA @BJP4India pic.twitter.com/HXVk0Y8zDH
— Kirron Kher (@KirronKherBJP) April 27, 2021 " class="align-text-top noRightClick twitterSection" data="
">With hope and prayers in my heart, I am donating Rs. 1 crore from MPLADS to the PGI Chandigarh towards the immediate purchase of ventilators for COVID-19 patients. I stand solidly with #MyCity #MyChandigarh #MyPeople @MoHFW_INDIA @BJP4India pic.twitter.com/HXVk0Y8zDH
— Kirron Kher (@KirronKherBJP) April 27, 2021With hope and prayers in my heart, I am donating Rs. 1 crore from MPLADS to the PGI Chandigarh towards the immediate purchase of ventilators for COVID-19 patients. I stand solidly with #MyCity #MyChandigarh #MyPeople @MoHFW_INDIA @BJP4India pic.twitter.com/HXVk0Y8zDH
— Kirron Kher (@KirronKherBJP) April 27, 2021
ଟ୍ବିଟରରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ‘ମୋ ହୃଦୟରୁ ବାହାରୁଥିବା ପ୍ରାର୍ଥନା ସହ ମୁଁ ମେମ୍ବର ଅଫ୍ ପାର୍ଲିୟାମେଣ୍ଟ ଲୋକଲ ଏରିୟା ଡେଭଲପମେଣ୍ଟ ସ୍କିମ ଜରିଆରେ ଚଣ୍ଡୀଗଡ ପିଜିଆଇକୁ 1 କୋଟି ଦାନ ଦେବାର ଘୋଷଣା କରୁଛି । ଯାହାଦ୍ବାରା ସଙ୍ଗେ ସଙ୍ଗେ ଲୋକଙ୍କ ପାଖରେ ଭେଣ୍ଟିଲେଟର୍ସ ଏବଂ ଆବଶ୍ୟକ ଜିନିଷ ପହଞ୍ଚିପାରିବ । ମୁଁ ମୋ ନିଜ ଲୋକ, ସହର ଏବଂ ଚଣ୍ଡୀଗଡ ସହ ଦୃଢତା ସହ ଠିଆ ହୋଇଛି ।’
ପ୍ରକାଶ ଥାଉକି ଏହି ନିକଟରେ କିରନଙ୍କ କ୍ୟାନ୍ସର କଥା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ନିରାଶ ହୋଇଯାଇଥିଲେ ପ୍ରଶଂସକ । ସେ ଗତ ଏକ ବର୍ଷରୁ କ୍ୟାନ୍ସରର ଚିକିତ୍ସା କରିଆସୁଛନ୍ତି ।