ETV Bharat / sitara

କୋରୋନା ଜାଲରେ ଦକ୍ଷିଣ ସୁନ୍ଦରୀ କୀର୍ତ୍ତି ସୁରେଶ - keerthi suresh posted message on social media

ବଲିଉଡର ଅନେକ ଅଭିନେତା ଅଭିନେତ୍ରୀ ଏଥିରେ ସଂକ୍ରମିତ ହୋଇଥିବାବେଳେ ସାଉଥ୍ ଇଣ୍ଡଷ୍ଟ୍ରି ମଧ୍ୟ ଏବେ କୋରୋନା କବଳରେ । ଏହିକ୍ରମରେ ଦକ୍ଷିଣ ସୁନ୍ଦରୀ କୀର୍ତ୍ତି ସୁରେଶ କୋରୋନା ସଂକ୍ରମିତ ହୋଇଛନ୍ତି। ଅଧିକ ପଢନ୍ତୁ

କୋରୋନା ଜାଲରେ ଦକ୍ଷିଣୀ ସୁନ୍ଦରୀ କୀର୍ତ୍ତି ସୁରେଶ

author img

By

Published : Jan 12, 2022, 1:29 PM IST

ହାଇଦ୍ରାବାଦ: ଅଭିନୟ ଜଗତର ଅନେକ ସେଲିବ୍ରିଟି କୋରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସୁଛି । ବଲିଉଡର ଅନେକ ଅଭିନେତା ଅଭିନେତ୍ରୀ ଏଥିରେ ସଂକ୍ରମିତ ହୋଇଥିବାବେଳେ ସାଉଥ୍ ଇଣ୍ଡଷ୍ଟ୍ରି ମଧ୍ୟ ଏବେ କୋରୋନା କବଳରେ । ଏହିକ୍ରମରେ ଦକ୍ଷିଣୀ ସୁନ୍ଦରୀ କୀର୍ତ୍ତି ସୁରେଶ କୋରୋନା ସଂକ୍ରମିତ ହୋଇଛନ୍ତି । କୀର୍ତ୍ତିଙ୍କ ଶରୀରରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ କୋରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ଆସିଛି । ଏନେଇ କୀର୍ତ୍ତି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

କୀର୍ତ୍ତି ଇନଷ୍ଟାଗ୍ରାମରେ ଏନେଇ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛି । ମୋ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ସୁରକ୍ଷା ଜରୁରୀ ଅଟେ। ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସତ୍ତ୍ବେ କୋରୋନାରେ ଆକ୍ରାନ୍ତ ହୋଇଛି । ଭାଇରସ କେତେ ଶୀଘ୍ର ବ୍ୟାପୁଛି, ସେକଥା ଭାବି ମୁଁ ଭୟଭୀତ। ଦୟା କରି ସମସ୍ତେ କୋଭିଡର ପ୍ରୋଟକଲ ପାଳନ କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ବର୍ତ୍ତମାନ ମୁଁ ଆଇସୋଲେସନରେ ଅଛି । ମୋ ସଂସ୍ପର୍ଶରେ ଆସିଥିବା ଲୋକ ତୁରନ୍ତ ନିଜର ଟେଷ୍ଟ କରାଇ ନିଅନ୍ତୁ ।

@ keerthysureshofficial
@ keerthysureshofficial

ଅଭିନେତ୍ରୀ ଭ୍ୟାକସିନ୍‌କୁ ନେଇ କହିଛନ୍ତି, ଯଦି ଆପଣ ଏଯାଏ ଟିକା ନେଇ ନାହାନ୍ତି, ତା’ହେଲେ ଦୟାକରି ନିଜ ସ୍ବାସ୍ଥ୍ୟ ପାଇଁ ତୁରନ୍ତ ଟିକା ନିଅନ୍ତୁ । ଆଶା କରୁଛି ଖୁବଶୀଘ୍ର ସୁସ୍ଥ ହୋଇଯିବି ଓ ପୁଣି ଆପଣମାନଙ୍କ ପାଖକୁ ଫେରିବି । ଢେର ସାରା ଭଲପାଇବା କୀର୍ତ୍ତି ସୁରେଶ। ଏହି ପୋଷ୍ଟ ପରେ ଫ୍ୟାନ୍ସ ଲଗାତାର କମେଣ୍ଟସ୍‌ ଏବଂ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.