ETV Bharat / sitara

ସାବତ ମା' ଡାକରେ ଚିନ୍ତିତ ବେବୋ

author img

By

Published : Mar 10, 2020, 11:36 PM IST

ସାରା ଅଲ୍ଲୀ ଖାନଙ୍କ ସହ ସବୁବେଳେ ଭଲ ସମ୍ପର୍କ ରଖିଆସୁଥିବା କରୀନା କପୁର ଖାନ ଏବେ ସାବତ ମା' ଟ୍ୟାଗକୁ ନେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି।

kareena kapoor khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀନା କପୁର ଖାନ

ମୁମ୍ବାଇ: ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଖୁବ୍ ବ୍ୟସ୍ତ କରୀନା କପୁର ଖାନ। ଫିଲ୍ମରେ ତାଙ୍କ ସହ ନଜର ଆସିବେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ। ଏହି ଫଲ୍ମଟି ଏବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଯାଉଛି। କରୀନା ଫିଲ୍ମ ସହ ନିଜ ପରିବାରକୁ ମଧ୍ୟ ଟାଇମ ଦିଅନ୍ତି। ଏହି କାରଣ ପାଇଁ ତାଙ୍କୁ କାମରୁ ଯେବେ ମଧ୍ୟ ଫୁରସତ ମିଳେ ସେ ଫ୍ୟାମିଲି ସହ ବୁଲିବାକୁ ବାହାରି ଯାଆନ୍ତି। ହେଲେ ଏବେ ଲାଗୁଛି ସେ ପରିବାର ପାଇଁ ଚିନ୍ତାରେ। ବି-ଟାଉନ ବେବୋ ସାବତ ମା' ଟ୍ୟାଗରେ ଖୁବ୍ ଚିନ୍ତିତ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସାବତ ମା' ଟ୍ୟାଗ ଉପରେ ନିଜ ମନ କଥା ବଖାଣିଥିଲେ ସେ । ଅନେକଥର ତାଙ୍କୁ ଏହି ପ୍ରଶ୍ନ ପଚରାଯାଇଛି ଯେ ସାବତ ମା' ରୂପେ ସାରାଙ୍କ ସହ ତାଙ୍କ ସମ୍ପର୍କ କିପରି। ଲୋକ ଏବେ ମଧ୍ୟ ତାଙ୍କୁ ସାବତ ମା' କହୁଛନ୍ତି । ଯାହାର ଖବର ମଧ୍ୟ ତାଙ୍କୁ ନାହିଁ । କାରଣ ସାବତ ମା' ପରି ସେ ସାରାଙ୍କ ସହ କେବେ ବ୍ୟବହାର କରିନାହାଁନ୍ତି । ସେ ନିଜ ଜୀବନକୁ ଏପରି ଦେଖୁନାହାଁନ୍ତି । ସାବତ ମା' ପରି କେହି ମଧ୍ୟ ହେବା କଥା ନୁହେଁ ବୋଲି କହିଛନ୍ତି କରୀନା।

ପ୍ରକାଶ ଥାଉକି ସୈଫ ଅଲ୍ଲୀଙ୍କ ଲାଡଲୀ ତଥା ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସାବତ ମା' କରୀନା। ହେଲେ ଏହି ମା' ଝିଅଙ୍କ ମଧ୍ୟରେ ସବୁବେଳେ ଭଲ ବଣ୍ଡିଂ ଦେଖିବାକୁ ମିଳିଆସୁଛି । ଆଉ ଦୁଇଜଣଙ୍କୁ ଅନେକ ଅବସରରେ ଏକାଠି ମଧ୍ୟ ଦେଖିବାକୁ ମିଳିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.