ETV Bharat / sitara

ଶର୍ମିଲାଙ୍କୁ ସ୍ପେଶାଲ ବର୍ଥଡେ ୱିଶ କଲେ ବୋହୂ-ଜ୍ବାଇଁ

author img

By

Published : Dec 8, 2020, 3:10 PM IST

କରୀନାଙ୍କ ଠୁ ନେଇ କୁନାଲ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଶାଶୁ ମା'ଙ୍କୁ ଜଣାଇଲେ ବର୍ଥଡେ ୱିଶ । ସେପଟେ ମା'ଙ୍କ ସହ ଅନେକ ଫଟୋ ପୋଷ୍ଟ କରି ଭାବୁକ ହେଲେ ଝିଅ ସୋହା ଅଲ୍ଲୀ ଖାନ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡ ସୁନ୍ଦରୀ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି 76 ବର୍ଷରେ ପଦାର୍ପଣ କରିଛନ୍ତି । ବର୍ତ୍ତମାନ ସମସ୍ତେ ଭର୍ଚୁଆଲ ଭାବରେ ତାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଓ ଶୁଭକାମନା ଦେବାରେ ଲାଗିଛନ୍ତି । ହେଲେ ତାଙ୍କ ଜନ୍ମଦିନକୁ ସ୍ପେଶାଲ କରିଛନ୍ତି ତାଙ୍କ ବୋହୂ ତଥା ଅଭିନେତ୍ରୀ କରୀନା କପୁର ଖାନ । ସୈଫ ଅଲ୍ଲୀ ଖାନଙ୍କ ପତ୍ନୀ ଶାଶୁ ମା'ଙ୍କ ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ବର୍ଥଡେ ୱିଶ କରିଛନ୍ତି ।

ଆଉ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ସବୁଠାରୁ ସୁନ୍ଦର ଏବଂ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରୁ ତୁମେ ଜଣେ, ଯାହାଙ୍କୁ ମୁଁ ଜାଣେ । ଜନ୍ମଦିନର ଶୁଭେଚ୍ଛା ମୋର ସୁନ୍ଦର ଶାଶୁଙ୍କୁ ।’

ସେପଟେ କରୀନାଙ୍କ ବ୍ୟତୀତ ତାଙ୍କ ଜ୍ବାଇଁ, ଅଭିନେତା କୁନାଲ ଖେମୁ ମଧ୍ୟ ତାଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଆଉ କୁନାଲଙ୍କ ପତ୍ନୀ ତଥା ତାଙ୍କ ଗ୍ଲେହା ଝିଅ ସୋହା ଅଲ୍ଲୀ ଖାନ ତାଙ୍କ ସହ ଅନେକ ଫଟୋ ପୋଷ୍ଟ କରିଛନ୍ତି ।

ଫଟୋର କ୍ୟାପସନରେ ଭାବବିହ୍ବଳ ଅନ୍ଦାଜରେ ଲେଖିଛନ୍ତି, ‘ଆମେ ସବୁବେଳେ ଜନ୍ମଦିନ ଏକାଠି ବିତାଇବାରେ ସଫଳ ହୋଇଥିଲୁ କିନ୍ତୁ ଏହି ବର୍ଷ ଆମେ ଅଲଗା ଅଛେ । ଆମର ଜଲଦି ଭେଟ ହେବ । ଆମେ ହରାଇଥିବା ସମସ୍ତ ମୁହୂର୍ତ୍ତକୁ ପାଳନ କରିବା ଏବଂ ଆମର ସମସ୍ତ ପ୍ରେମ ପାଇଁ ଧନ୍ୟବାଦ ମଧ୍ୟ ଜଣାଇବା । ଜନ୍ମଦିନର ଶୁଭେଚ୍ଛା ମା' । ଶୀଘ୍ର ଆମର ଦେଖାହେବ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.