ETV Bharat / sitara

କଙ୍ଗନାଙ୍କ କ୍ରୋଧର ଶିକାର ହେଲେ କରନ - କରନ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ନ୍ୟୁଜ

ଏଥର ଧର୍ମା ପ୍ରଡକ୍ସନ ଉପରେ ବୟାନ ଦେଇଛନ୍ତି କଙ୍ଗନା । କାରଣ ନିକଟରେ ଗୋଆରେ ଧର୍ମା ପ୍ରଡକ୍ସନ ହାଉସର ସୁଟିଂ ଶେଷ କରି ବର୍ଜ୍ୟବସ୍ତୁ ପକାଇଥିବାର ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 28, 2020, 4:32 PM IST

ମୁମ୍ବାଇ: ପୁଣି ରାଗିଲେ କୁଇନ କଙ୍ଗନା ରଣାୱତ । ଗତ କିଛି ମାସରୁ ଶାନ୍ତ ହେବାର ନାଁ ନେଉନାହାଁନ୍ତି ସେ। ଦିନେ ଛଡା ଦିନେ ସେ କୌଣସି ନା କୌଣସି ସେଲିବ୍ରିଟିଙ୍କ ଉପରେ ବର୍ଷୁଥିବାର ନଜର ଆସୁଛନ୍ତି । ଏବେ ତାଙ୍କ ସମାଲୋଚନାର ଶିକାର ହୋଇଛନ୍ତି ଫେମସ ନିର୍ମାତା କରନ ଜୋହର। ସେମିତି ପୂର୍ବରୁ ମଧ୍ୟ କରନଙ୍କ ଉପରେ ସେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅନେକ ଅଭିଯୋଗ ଲଗାଇସାରିଛନ୍ତି । ହେଲେ ଏବେ ତାଙ୍କ କାରନାମା ଉପରେ ପ୍ରତିକ୍ରିୟା ରଖିଛନ୍ତି ।

  • Movie industry is not a virus just for the moral fibre n culture of this nation but it has become very destructive and harmful for the environment also, @PrakashJavdekar ji @moefcc see this disgusting,filthy,irresponsible behaviour by so called big production houses, pls help 🙏 https://t.co/EZfzrIWz06

    — Kangana Ranaut (@KanganaTeam) October 27, 2020 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ କରନଙ୍କ ଫିଲ୍ମ ନିର୍ମାଣ କମ୍ପାନୀ ଧର୍ମା ପ୍ରଡକ୍ସନ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଗୋଆରେ କୌଣସି ଏକ ପ୍ରୋଜେକ୍ଟରେ କାମ କରିଥିଲା। ସୁଟିଂ ସାରିବା ପରେ ସେଠାରେ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ କିମ୍ବା ଡାକ୍ତରୀ ବର୍ଜ୍ୟବସ୍ତୁ ପଡିଥିବା ଜଣାଯାଇଛି ।

ଏହି ଖବର ସାମ୍ନାକୁ ଆସିବା ପରେ କଙ୍ଗନା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଦେକର ଏବଂ ମନ୍ତ୍ରଣାଳୟର ଅଫିସିଆଲ ଟ୍ବଟର ହ୍ୟାଣ୍ଡେଲକୁ ଟ୍ୟାଗ କରି ଲେଖିଛନ୍ତି, ‘ଫିଲ୍ମ ଇଣ୍ଡଷ୍ଟ୍ରି କେବଳ ଦେଶର ନୈତିକ ମୂଲ୍ୟବୋଧ କିମ୍ବା ସଂସ୍କୃତି ପାଇଁ ଏକ ଭାଇରସ ନୁହେଁ ବରଂ ଏହା ପରିବେଶ ପାଇଁ କ୍ଷତିକାରକ ଓ ସାଂଘାତିକ ଅଟେ। ଏହି ବଡ ପ୍ରଡକ୍ସନ ହାଉସର ଘୃଣ୍ୟ ଦାୟିତ୍ବହୀନ ମନୋଭାବକୁ ଦେଖନ୍ତୁ । ଦୟାକରି ସାହାଯ୍ୟ କର।’

ପ୍ରକାଶ ଥାଉକି କଙ୍ଗନାଙ୍କ ଏହି ପ୍ରତିକ୍ରିୟା ସେହି ସମୟରେ ଆସିଛି ଯେବେ ଜଣେ ଟ୍ବିଟର ୟୁଜର ଏକ ନ୍ୟୁଜ ହେଡଲାଇନ ସ୍କ୍ରିନସଟ ସେୟାର କରିଥିଲେ । ଯେଉଁଥିରେ କୁହାଯାଇଥିଲା ଧର୍ମା ପ୍ର଼ଡକ୍ସନ ଗୋଆର ଏକ ଗାଁରେ ବର୍ଜ୍ୟବସ୍ତୁ ପକାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.