ETV Bharat / sitara

କଙ୍ଗନାଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ କରିବାକୁ ପିଟିସନ୍‌, ଜବାବ ରଖିଲେ କୁଇନ - ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କ ବିରୋଧରେ ପିଟିସନ ଦାଖଲ

ସମସ୍ୟା ଓ କଙ୍ଗନା ପରସ୍ପର ସହ ସବୁବେଳେ ଜଡିତ । ଗତ କିଛି ମାସରୁ ସେ ଖାଲି ବିବାଦରେ ରହିଆସୁଛନ୍ତି । ବିବାଦୀୟ ଟ୍ବିଟ କରିବା ପାଇଁ ତାଙ୍କ ଟ୍ବିଟର ଆକାଉଣ୍ଟ ବନ୍ଦ କରାଯିବାକୁ ନେଇ ଏକ ମାମଲା ରୁଜୁ ହୋଇଛି । ଯାହା ଉପରେ ସେ ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Dec 4, 2020, 7:39 AM IST

ମୁମ୍ବାଇ: ଗୁରୁବାର ସନ୍ଧ୍ୟାରେ ବଲିଉଡ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାୱତଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଘୃଣା ଏବଂ ଅସନ୍ତୋଷ ବିସ୍ତାର କରିଥିବା ଅଭିଯୋଗରେ ଅଭିନେତ୍ରୀଙ୍କ ଟ୍ବିଟର ଆକାଉଣ୍ଟକୁ ବନ୍ଦ କରିବାକୁ ଆବେଦନକାରୀ ପିଟିସନ ଦାଖଲ କରିଛନ୍ତି । ଟ୍ବିଟର ଆକାଉଣ୍ଟ @କଙ୍ଗନା ଟିମକୁ ଦେଶରେ କ୍ରମାଗତ ଭାବେ ଘୃଣା, ଅସନ୍ତୋଷ ବିସ୍ତାର କରିବା ଏବଂ ଉଗ୍ରବାଦୀ ଟ୍ବିଟ କରି ଦେଶକୁ ବିଭାଜନ କରିବାକୁ ଉଦ୍ୟମ କରିଥିବାରୁ ବମ୍ବେ ହାଇକୋର୍ଟରେ ତାଙ୍କ ବିରୋଧରେ ଆବେଦନ କରାଯାଇଥିଲା । କଙ୍ଗନା ଏହି ମାମଲାରେ ପ୍ରତିକ୍ରିୟା ରଖି ଦେଇଛନ୍ତି କଡା ଜବାବ ।

ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ କ୍ରମାଗତ ଭାବରେ ଅଖଣ୍ଡ ଭାରତ ବିଷୟରେ ସ୍ବର ଉତ୍ତୋଳନ କରୁଛି । ଅବଶ୍ୟ ପ୍ରତିଦିନ ଟୁକଡେ ଟୁକଡେ ଗ୍ୟାଙ୍ଗ ସହିତ ଲଢୁଛି ହେଲେ ମୋ ଉପରେ ଦେଶ ବିଭାଜନ କରିଥିବା ଅଭିଯୋଗ ଲାଗୁଛି । ବାଃ କେତେ ଭଲ କଥା । ସେ ଯାହା ବି ହେଉ ଟ୍ବିଟର ମୋ ପାଇଁ ଏକମାତ୍ର ପ୍ଲାଟଫର୍ମ ନୁହେଁ । ଥରେ ମୁଁ କହିଲେ ହଜାର ହଜାର କ୍ୟାମେରା ମୋ ଷ୍ଟେଟମେଣ୍ଟ ନେବାକୁ ଘେରିଯିବେ ।’

  • Ha ha ha I am continuously taking about Akhand Bharat, inevitably fighting tukde gang everyday and I am accused of dividing the nation 😂
    Wah!!! Kya baat hai, anyway twitter is not the only platform for me in one chutki thousands camera will appear for my single statement 🙂 https://t.co/0BgAEd7iKO

    — Kangana Ranaut (@KanganaTeam) December 3, 2020 " class="align-text-top noRightClick twitterSection" data=" ">

ସେହିପରି ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘ଟୁକଡେ ଟୁକଡେ ଗ୍ୟାଙ୍ଗ ମନେରଖ ଯେ ତୁମେ ମୋର ସ୍ବରକୁ ଚାପିବା ପାଇଁ ମୋତେ ହତ୍ୟା କରିବାକୁ ପଡିବ ଏବଂ ତା’ପରେ ମୁଁ ପ୍ରତ୍ୟେକ ଭାରତୀୟଙ୍କ ମାଧ୍ୟମରେ କହିବି ଏବଂ ତାହା ହେଉଛି ମୋର ସ୍ବପ୍ନ । ତୁମେ ଯାହା କରୁଛ ମତେ ହୃଦୟଙ୍ଗମ କରାଉଛ ମୋର ସ୍ବପ୍ନ ଏବଂ ଉଦ୍ଦେଶ୍ୟ ଗୁଡିକ ବିଷୟରେ । ସେଥିପାଇଁ ମୁଁ ମୋର ଭିଲେନ ଗୁଣକୁ ସମ୍ମାନ କରୁଛି ।’

ପ୍ରକାଶ ଥାଉକି ଏହାବ୍ୟତୀତ ଲୋକପ୍ରିୟ ଅଭିନେତା ଦିଲଜିତ ଦୋସାଞ୍ଝଙ୍କ ସହ କଙ୍ଗନାଙ୍କ ବାକ୍ ଯୁଦ୍ଧ ମଧ୍ୟ ଗୁରୁବାର ଚର୍ଚ୍ଚାର ବିଷୟ ପାଲଟିଥିଲା । କୃଷକ ଆନ୍ଦୋଳନ ବିରୋଧରେ କହିଥିବାରୁ କଙ୍ଗନାଙ୍କ ଉପରେ ଖପ୍ପା ନଜର ଆସିଥିଲେ ଦିଲଜିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.