ETV Bharat / sitara

ବିବେକାନନ୍ଦଙ୍କ ନୀତିରେ ଅନୁପ୍ରାଣିତ ବଲିଉଡ କୁଇନ - ସ୍ବାମୀ ବିବେକାନନ୍ଦଙ୍କ ନୀତି ମନେ ପକାଇଲେ କଙ୍ଗନା ରଣାୱତ

ପୁଣି ଭାଇରାଲ ହେଲା କଙ୍ଗନାଙ୍କ ଟ୍ବିଟ । ଏଥର ସେ ବିବାଦୀୟ ଟ୍ବିଟ କରିନାହାଁନ୍ତି ବରଂ ସ୍ବାମୀ ବିବେକାନନ୍ଦଙ୍କୁ ମନେ ପକାଇ ଭାବୁକ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Jan 12, 2021, 3:14 PM IST

ମୁମ୍ବାଇ: ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ବଲିଉଡ କୁଇନ କଙ୍ଗନା ରଣାୱତ ତାଙ୍କ ନୀତି ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ ସ୍ବାମୀ ବିବେକାନନ୍ଦ ତାଙ୍କର ସବୁଠାରୁ ବଡ଼ ପ୍ରେରଣା । ସ୍ବାମୀ ବିବେକାନନ୍ଦଙ୍କ 158ତମ ଜନ୍ମ ବାର୍ଷିକୀରେ କଙ୍ଗନା ଏକ ଟ୍ବିଟ କରି ତାଙ୍କ ନୀତି ବିଷୟରେ ଜଣାଇଛନ୍ତି । ଯେଉଁଥିରେ ସେ ସ୍ବାମୀ ବିବେକାନନ୍ଦ ତାଙ୍କ ଜୀବନରେ କିଭଳି ପ୍ରଭାବ ପକାଇଛନ୍ତି ତାହା ନେଇ ମୁହଁ ଖୋଲିଛନ୍ତି ।

ସେହିପରି ଟ୍ବିଟରରେ ବିବେକାନନ୍ଦଙ୍କ ଫଟୋ ପୋଷ୍ଟ କରି କଙ୍ଗନା ଲେଖିଛନ୍ତି, ‘ଯେତେବେଳେ ମୁଁ ହଜିଯାଇଥିଲେ ଆପଣ ମତେ ମିଳିଥିଲେ । ଯେତେବେଳେ ମୁଁ ଦୁନିଆରୁ ନିରାଶ ହୋଇଥିଲି ମୁଁ ଆଶା କରି ନଥିଲି ଯେ ତୁମେ ମୋତେ ଉଦ୍ଦେଶ୍ୟ ସାଜିବ । ମୋର ଗୁରୁଙ୍କ ଅପେକ୍ଷା କୌଣସି ଦେବତା ଏଠାରେ ନାହାଁନ୍ତି ।’

ପ୍ରକାଶ ଥାଉକି ଦେଶରେ ଚାଲିଥିବା କୃଷକ ଆନ୍ଦୋଳନର ବିରୋଧ କରି ଗତ ବର୍ଷରୁ ଚର୍ଚ୍ଚାରେ ରହିଆସୁଛନ୍ତି କଙ୍ଗନା । ଏହାବ୍ୟତୀତ ତାଙ୍କ ଉପରେ ବିବାଦୀୟ ଟ୍ବିଟ କରି ସମାଜରେ ଘୃଣା ବିସ୍ତାର କରୁଥିବାର ଅଭିଯୋଗ ମଧ୍ୟ ଲାଗିଛି । ନିକଟରେ ଏହି ମାମଲାରେ ବୟାନ ଦେବା ପାଇଁ ବାନ୍ଦ୍ରା ପୋଲିସ ଷ୍ଟେସନ ପହଞ୍ଚିଥିଲେ ସେ । ସେହିପରି ସୋମବାର ବମ୍ବେ ହାଇକୋର୍ଟ କଙ୍ଗନାଙ୍କ ଗିରଫଦାରୀରୁ ମଧ୍ୟବର୍ତ୍ତୀକାଳୀନ ରିଲିଫ ଅବଧି 25 ଜାନୁୟାରୀକୁ ବୃଦ୍ଧି କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.