ETV Bharat / sitara

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କୁଇନ - ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନ୍ୟୁଜ

ନିଜର ଆଗାମୀ ଫିଲ୍ମ ‘ତେଜସ’ ପାଇଁ ବର୍ତ୍ତମାନ ବ୍ୟସ୍ତ ନଜର ଆସୁଛନ୍ତି କଙ୍ଗନା । ଫିଲ୍ମ ସୁଟିଂ ପୂର୍ବରୁ ରାଜନାଥ ସିଂହଙ୍କ ଠୁ ଆଶୀର୍ବାଦ ନେଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଟ୍ବିଟର@କଙ୍ଗନା ରଣାୱତ
author img

By

Published : Dec 14, 2020, 7:31 AM IST

Updated : Dec 14, 2020, 9:04 AM IST

ମୁମ୍ବାଇ: କଙ୍ଗନା ରଣାୱତ ଖୁବଶୀଘ୍ର ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ । ନିକଟରେ ସେ ନିଜ ଅପକମିଂ ଫିଲ୍ମ ‘ଥଲାଇଭି’ର ସୁଟିଂ ହାଇଦ୍ରାବାଦରେ ଆରମ୍ଭ କରିଥିଲେ । ଏହାବ୍ୟତୀତ ସେ ‘ତେଜସ’ ଓ ‘ଧାଡକ’ରେ ମଧ୍ୟ ନଜର ଆସିବେ । ଏହାପୂର୍ବରୁ ରବିବାର ସେ ଟିମ୍ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ତାଙ୍କ ଆଗାମୀ ଫିଲ୍ମ ‘ତେଜସ’ ପାଇଁ ଆଶୀର୍ବାଦ ଲୋଡିଥିଲେ । ଆଉ ଫିଲ୍ମ ପାଇଁ ସେ ଭାରତୀୟ ବାୟୁ ସେନାଙ୍କଠୁ ଅନୁମତି ମଧ୍ୟ ମାଗିଛନ୍ତି । ଏହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଛନ୍ତି ।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ଆଜି ଟିମ ସହ ମୁଁ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂଙ୍କୁ ଭେଟିଛି ତାଙ୍କ ଆଶୀର୍ବାଦ ପାଇଁ, ଆମେ ଆମର ଫିଲ୍ମ ତେଜସର ସ୍କ୍ରିପ୍ଟକୁ ଆଇଏଏଫଏମସିସି ସହିତ ସେୟାର କରିଛୁ । କିଛି ଅନୁମତି ଲୋଡିଥିଲୁ । ଜୟ ହିନ୍ଦ ।’

ସେହିପରି ସେ ନିକଟରେ ତେଜସ ବିଷୟରେ ଆଲୋଚନା କରି କହିଥିଲେ, ‘ତେଜସ ଏକ ଉତ୍ସାହଜନକ କାହାଣୀ ଯେଉଁଥିରେ ମୁଁ ବାୟୁସେନା ପାଇଲଟ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛି । ମୁଁ ଏହି ଫିଲ୍ମରେ ଅଂଶ ହୋଇଥିବାରୁ ଗର୍ବ ଅନୁଭବ କରୁଛି । ପ୍ରତିଦିନ ଦେଶରେ ସାହାସୀ ବୀର ପୁରୁଷ ଓ ମହିଳା ଦେଶସେବାରେ ନିଜ ଜୀବନକୁ ବଳୀଦାନ ଦିଅନ୍ତି । ଆମ ସମସ୍ତେ ସଶସ୍ତ୍ର ବାହିନୀକୁ ଫିଲ୍ମ ଜରିଆରେ ସମ୍ମାନିତ କରିବୁ ।’

Last Updated : Dec 14, 2020, 9:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.