ETV Bharat / sitara

ସୁବିଧା ଉଲ୍ଲଂଘନ କମିଟିରେ ହାଜର ହେବେ କଙ୍ଗନା

author img

By

Published : Mar 6, 2021, 3:52 PM IST

କଙ୍ଗନା ଆଉ ବିବାଦ ସବୁବେଳେ ପରସ୍ପର ସହ ଜଡିତ । ଗତ ବର୍ଷରୁ ସେ ଶିବସେନା ବିରୋଧରେ ଅନେକ କଥା କହିଥିବାରୁ ଏବର୍ଷ ତାଙ୍କୁ ସହିବାକୁ ପଡୁଛି ସମସ୍ୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ଗତ କିଛି ମାସରୁ ବଢିଚାଲିଛି କଙ୍ଗନା ରଣାୱତଙ୍କ କୋର୍ଟ ସମସ୍ୟା । ବର୍ତ୍ତମାନ ତାଙ୍କୁ କୋର୍ଟର ଚକ୍କର ଲଗାଇବାକୁ ପଡୁଛି । ଆଉ ସମସ୍ୟା ଶେଷ ହେବାର ନାଁ ନେଉନାହିଁ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ମହାରାଷ୍ଟ୍ର ବିଧାନସଭା ପୂର୍ବରୁ ସୁବିଧା ଉଲ୍ଲଂଘନ କମିଟି ତାଙ୍କୁ ଆସନ୍ତା ଅଧିବେଶନରେ ହାଜର ହେବାକୁ କହିଛନ୍ତି। କାରଣ ମହାରାଷ୍ଟ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅପମାନଜନକ ଶବ୍ଦ ପ୍ରସଙ୍ଗରେ ଶିବସେନା ନେତା ପ୍ରତାପ ସାରନାଇକ ବିଧାନସଭାରେ ଅଧିକାର ଉଲ୍ଲଂଘନ ପାଇଁ ଏକ ପ୍ରସ୍ତାବ ଆଣିଥିଲେ।

ଗତ ବର୍ଷ ପ୍ରତାପ ଅଭିନେତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର କରିବାକୁ ଦାବି କରୁଥିଲେ। କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ଅର୍ଥାତ୍ ପିଓକେ ସହିତ ତୁଳନା କରିଥିଲେ । ସେବେଠାରୁ ଶିବସେନା ଏବଂ କଙ୍ଗନା ମଧ୍ୟରେ ବିବାଦ ଲାଗି ରହିଆସୁଛି ।

କେବଳ ଏତିକି ନୁହେଁ, ବିଏମସି କଙ୍ଗନାଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ଏକ ଅଂଶ ଭାଙ୍ଗିବା ପରେ ଅଭିନେତ୍ରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହି ପ୍ରସଙ୍ଗରେ ଅନେକ ବିବାଦ ଦେଖାଦେଇଥିଲା | ଜନସାଧାରଣଙ୍କ ଠାରୁ ଅନେକ ସେଲିବ୍ରିଟିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା ।

ସେପଟେ ଟ୍ବିଟରରେ କଙ୍ଗନା ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ହୋଇଥିଲା। କଙ୍ଗନା ବିବାଦୀୟ ଟ୍ବିଟର ଜବାବ ଦେଇ ସଞ୍ଜୟ ଅଭିନେତ୍ରୀଙ୍କୁ ମୁମ୍ବାଇ ନଫେରିବାକୁ ଧମକ ଦେଇଥିଲା । ଯାହା ପରେ ଜବାବ ରଖିଥିଲେ କଙ୍ଗନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.