ମୁମ୍ବାଇ: ଯେଉଁମାନେ ଈଶ୍ବରଙ୍କୁ ଭୟ କରନ୍ତି ସେମାନଙ୍କ ପାଇଁ ଅଭିନେତ୍ରୀ କାଜଲଙ୍କ ଏକ କୌତୁକିଆ ପରାମର୍ଶ ସାମ୍ନାକୁ ଆସିଛି । ସେ ଅନୁଭବ କରନ୍ତି ଯଦି ଭଗବାନ ଆମକୁ ଦେଖୁଛନ୍ତି, ଆମେ ନିଶ୍ଚିତ କରିବା ଉଚିତ ଯେ ଆମେ ତାଙ୍କୁ ମନୋରଞ୍ଜନ କରୁଛେ ।
ସେ ଗୁରୁବାର ଇନଷ୍ଟାଗ୍ରାମ ଷ୍ଟୋରିରେ ଏମିତି ଲେଖିଥିଲେ । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ କାଜଲଙ୍କ ଏହି ପୋଷ୍ଟ...
ଶେଷଥର କାଜଲଙ୍କୁ ‘ତ୍ରିଭଙ୍ଗା’ରେ ଦେଖିବାକୁ ମିଳିଥିଲା । ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଜଣେ ନୃତ୍ୟଶିଳ୍ପୀ ଭୂମିକାରେ ଅଭିନୟ କରିଛନ୍ତି ସେ । ଓଡିଶୀ ନୃତ୍ୟୁ କାହାଣୀକୁ ନେଇ ଆଧାରିତ ଫିଲ୍ମ । ଯାହାର ନିର୍ଦ୍ଦେଶ କରିଛନ୍ତି ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ରେଣୁକା ସାହାଣୀ ।
@IANS