ETV Bharat / sitara

‘ହୋମ ଡାନ୍ସ’ ଶୋ ଫିନାଲେ, ବିଜେତାଙ୍କ ଘୋଷଣା ବାକି

author img

By

Published : Jul 1, 2020, 3:24 PM IST

ଶେଷ ହୋଇଯାଇଛି ଜ୍ୟାକଲିନଙ୍କ ଶୋ ‘ହୋମ ଡାନ୍ସର’ ଫିନାଲେ ଏପିସୋଡ । ହେଲେ ଏଯାବତ ଘୋଷଣା ହୋଇନାହିଁ ବିଜେତାଙ୍କ ନାମ । ଅଧିକ ପଢନ୍ତୁ...

ଫଟୋ ସୌଦନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣାଡେଜ

ମୁମ୍ବାଇ: ୱେବ ଡାନ୍ସ ରିୟାଲିଟି ଶୋ ‘ହୋମ ଡାନ୍ସର’ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ । ସୋମବାର ଏହି ଶୋର ଫିନାଲେ ଏପିସୋଡ ପ୍ରସାରିତ ହୋଇଥିଲା । ଫିନାଲେରେ ଜ୍ୟାକଲିନ ଫର୍ଣ୍ଣାଡେଜଙ୍କ ସାଥ ଦେବାକୁ ଛୋଟ ପରଦାର ଅନେକ ଚର୍ଚ୍ଚିତ ଚେହେରା ସାମିଲ ହୋଇଥିଲେ । ଏହି କ୍ରମରେ ସାମିଲ ଅଛନ୍ତି ଫେମସ ଅଭିନେତ୍ରୀ ଏରିକା ଫର୍ଣ୍ଣାଡେଜ ଓ ମୋନାଲିସା ଭଳି ଅଭିନେତ୍ରୀ । ହେଲେ ଶୋର ବିଜେତାଙ୍କ ନାମ ଏଯାବତ ଘୋଷଣା ହୋଇନାହିଁ ।

5 ସପ୍ତାହ ପୂର୍ବରୁ ଜ୍ୟାକଲିନ ଶୋର ଆରମ୍ଭ କରିଥିଲେ । ସେହିପରି ଦେଶର ବିଭିନ୍ନ ପ୍ରାନ୍ତରୁ ଭାଗ ନେଇଥିବା ପ୍ରତିଯୋଗୀ ଡାନ୍ସ ପ୍ରଦର୍ଶନ କରିଥିଲେ। ଶୋର ଫାଇନାଲ ଏପିସୋଡରେ ମଧ୍ୟ ଚୟନ ହୋଇଥିବା 10 ପ୍ରତିଯୋଗୀ ପରସ୍ପରକୁ ଚ୍ୟାଲେଞ୍ଜ ଦେଇଥିଲେ ।

ଏହା ବ୍ୟତୀତ ଜ୍ୟାକଲିନ ମଧ୍ୟ ନିଜ ଘରେ ‘ହଙ୍ଗାମା ହୋ ଗୟା’ରେ ଡାନ୍ସ କରିଥିଲେ । ସେହିପରି ଏରିକା ଓ ମୋନାଲିସା ମଧ୍ୟ ‘ୟେ ମେରା ଦିଲ ଗୀତ’ରେ ଠୁମକା ଲଗାଇଥିବାର ନଜର ଆସିଥିଲେ । ଶୋର ହୋଷ୍ଟ କରନ ୱାହି ଓ ରିତ୍ବିକ ଧନଜାନୀ ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥିଲେ ।

ପ୍ରକାଶ ଥାଉକି ଶୋର ବିଜେତା ଦର୍ଶକଙ୍କ ମତ ଆଧାରରେ ଚୟନ କରାଯିବ । ଶୋ ବିଷୟରେ ଜ୍ୟାକଲିନ ଫିନାଲେ ଶେଷ ଅବସରରେ କହିଥିଲେ, ‘ଆରମ୍ଭରୁ ଗ୍ରାଣ୍ଡ ଫାଇନାଲ ପର୍ଯ୍ୟନ୍ତ ଯାତ୍ରା ଚମତ୍କାର ହୋଇଛି । ମୁଁ ମୋ ପ୍ରଶଂସକଙ୍କ ସହ ଫିଲ୍ମ, ଗୀତ ଜରିଆରେ ଏବେ ମଧ୍ୟ ସମ୍ପୃକ୍ତ ଅଛନ୍ତି । ଏହା ସବୁବେଳେ ମୋ ଚେହେରାରେ ହସ ଆଣିଥାଏ ।’

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.