ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ନିଜର ଅପକମିଂ ଫିଲ୍ମ ‘ରାମସେତୁ’କୁ ନେଇ ବ୍ୟସ୍ତ । ଗୁରୁବାର ଫିଲ୍ମର ମହୁରତ ପୂଜା ଅଯୋଧ୍ୟାରେ କରାଯାଇଥିଲା । ଫିଲ୍ମରେ ଅକ୍ଷୟଙ୍କ ସହ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡେଜ ଓ ନୁସରତ ଭରୁଚା । ଫିଲ୍ମର ମହୁରତ ପାଇଁ ଅଯୋଧ୍ୟା ଯାତ୍ରା କରିଥିଲେ ଟିମ । ପ୍ରଥମେ ରାମଲାଲ ଦର୍ଶନ କରିବା ପରେ ଆରମ୍ଭ ସୁଟିଂ କରିଥିଲେ ଷ୍ଟାରକାଷ୍ଟ। ଇତିମଧ୍ୟରେ ଫିଲ୍ମରେ କାମ କରିବାକୁ ନେଇ ମନ କଥା କହିଛନ୍ତି ଜ୍ୟାକଲିନ ।
ସେ ଇନଷ୍ଟାଗ୍ରାମରେ ରାମସେତୁ ଟିମ ସହ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଆମେ ଆରମ୍ଭ କଲୁ । ରାମସେତୁ ଫିଲ୍ମର ମୁଁ ଅଂଶ ହୋଇ ବହୁତ ଖୁସି ଅନୁଭବ କରୁଛି ।’ ରାମସେତୁର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ଅଭିଷେକ ଶର୍ମା ।
ଯଦି ଜ୍ୟାକଲିନଙ୍କ କଥା ହେବା ତାହାଲେ ତାଙ୍କୁ ରାମସେତୁ ବ୍ୟତୀତ ଅକ୍ଷୟଙ୍କ ସହ ‘ବଚ୍ଚନ ପାଣ୍ଡେ’, ‘ଭୂତ ପୋଲିସ’, ‘କିକ୍ 2’, ‘ସର୍କସ’ ଏବଂ ‘ଆଟାକ୍’ରେ ଦେଖିବାକୁ ମିଳିବ ।
@IANS