ମୁମ୍ବାଇ: ‘ବିଗବସ 13’ ପରଠୁ ପରସ୍ପରକୁ ଡେଟ କରିଆସୁଛନ୍ତି ଆକ୍ଟର ଆସିମ ରିୟାଜ ଓ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା । ଦୁଇଜଣଙ୍କ ରିଲେସନଶିପକୁ ନେଇ ସବୁବେଲେ ଚର୍ଚ୍ଚା । ଖାଲି ଏତିକି ନୁହେଁ ଏହି ଯୋଡି ମ୍ୟୁଜିକ ଆଲବମରେ ମଧ୍ୟ ନଜର ଆସିସାରିଲେଣି । ସେହିପରି ଫ୍ୟାନ୍ସ ମଧ୍ୟ ଏହି ଯୋଡିଙ୍କୁ ଏକାଠି ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଇତିମଧ୍ୟରେ ଆଉ ଏକ କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ହିମାଂଶୀ ।
କଥାଟି ହେଲା ଯେ କରୱା ଚୌଥ ଅବସରରେ ସେ ହାତରେ ମେହେନ୍ଦୀ ଲଗାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ହାତରେ ମେହେନ୍ଦୀ ଲଗାଯାଉ ଥିବାର ଦେଖିବାକୁ ମିଳୁଛି ।
ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଅନୁମାନ କରିଛନ୍ତି ଯେ ମେହେନ୍ଦୀ ଲଗାଇ ଆସିମଙ୍କ ପାଇଁ କରୱା ଚୌଥ ବ୍ରତ ରଖିବେ ହିମାଂଶୀ । ଆପଣ ବି ଦେଖନ୍ତୁ ଭିଡିଓ...
- " class="align-text-top noRightClick twitterSection" data="
">