ମୁମ୍ବାଇ: ଏବେ ବଲିଉଡ ଇଣ୍ଡଷ୍ଟ୍ରିରୁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ସୋମବାର ଦ୍ବିତୀୟଥର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା । ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଦିୟା ମୁମ୍ବାଇର ବିଜନେସମ୍ୟାନ ବୈଭବ ରେଖୀଙ୍କ ପତ୍ନୀ ସାଜିଛନ୍ତି ।
ପରସ୍ପରର ପୁରୁଣା ବନ୍ଧୁ ପରି ରହିଆସୁଥିବା ଏହି ଯୋଡି ବର୍ତ୍ତମାନ ପତି-ପତ୍ନୀ ସମ୍ପର୍କରେ ବାନ୍ଧି ହୋଛନ୍ତି । ଦୁଇଜଣଙ୍କ ବିବାହକୁ ସମ୍ପୂର୍ଣ୍ଣ ପ୍ରାଇଭେଟ ରଖାଯାଇଥିଲା । ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ଦୁଇଜଣଙ୍କ ବିବାହ ଭିଡିଓ ।
ଲାଲ ଶାଢୀ ମୁଣ୍ଡରେ ଗଜରା ଲଗାଇ ବୋହୂ ବେଶରେ ଦିୟା ନଜର ଆସୁଥିବା ବେଳେ ବୈଭବ ଧଳା ର୍କୁତା ହଳଦିଆ ପଗଡି ପିନ୍ଧିଥିବାର ଦେଖାଯାଉଛନ୍ତି ।
ପ୍ରକାଶ ଥାଉକି ଦିୟା ପ୍ରଥମେ ସାହିଲ ସାଙ୍ଘାଙ୍କୁ 2014ରେ ବିବାହ କରିଥିଲେ । ଆଉ ବିବାହର 5 ବର୍ଷ ପରେ ଏହି ଯୋଡି ପରସ୍ପରକୁ ଛାଡପତ୍ର ଦେଇଥିଲେ । ଆଉ ଛାଡପତ୍ର ଉପରେ ଦିୟା କହିଥିଲେ ଯାହା ବି ହୋଇଛି ଦୁଇଜଣଙ୍କ ସହମତିରେ ହୋଇଛି । ଆମେ ପରସ୍ପରର ଭଲ ବନ୍ଧୁ ପରି ସବୁବେଳେ ରହିବୁ।
@IANS