ETV Bharat / sitara

ନୂଆ ବର୍ଷରେ ଦିୟାଙ୍କ 2.0 ଭର୍ସନ - ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଅପଡେଟ ନ୍ୟୁଜ

ମନ କଥା ସେୟାର କରି ଚର୍ଚ୍ଚାରେ ଦିୟା । ବଲିଉଡ ଯାତ୍ରା ଠୁ ନେଇ ନିଜ ଇଣ୍ଡଷ୍ଟ୍ରି ବନ୍ଧୁଙ୍କ ବିଷୟରେ ଆଲୋଚନା କଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିୟା ମିର୍ଜା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିୟା ମିର୍ଜା
author img

By

Published : Jan 2, 2021, 12:27 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା ବହୁତ ଉତ୍ସାହ ଏବଂ ଆଶା ସହିତ ନୂଆବର୍ଷକୁ ଅପେକ୍ଷା କରିଥିଲେ । ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରି ମାଧ୍ୟମରେ ତାଙ୍କ ଯାତ୍ରାକୁ ଆଗକୁ ବଢାଇବାକୁ ଚେଷ୍ଟା କରିବା ପରେ, ସେ ଅନୁଭବ କରିଛନ୍ତି ଯେ ଶେଷରେ ସେ ଏପରି କାର୍ଯ୍ୟ କରୁଛନ୍ତି ଯାହା ସେ ସର୍ବଦା କରିବାକୁ ଚାହୁଁଥିଲେ । ବ୍ଲକବଷ୍ଟର ଫିଲ୍ମ ‘ସଞ୍ଜୁ’, ‘ଥାପଡ’ ଏବଂ ୱେବ ସିରିଜରେ ନିଜ ଅଭିନୟ ଦେଖାଇସାରିବା ପରେ ବର୍ତ୍ତମାନ ସେ ନିଜ କ୍ୟାରିୟରରେ 2.0 ଭର୍ସନ ନେଇ ଫେରିବେ ବୋଲି ସମସ୍ତଙ୍କୁ ଜଣାଇଛନ୍ତି ।

ନୂଆ ବର୍ଷ ଅବସରରେ ସେ କହିଛନ୍ତି, ‘ନିହାତି ଏବର୍ଷ ମୋ ଜୀବନରେ ନୂଆ ଶିକ୍ଷା ଗ୍ରହଣ କରିବି । ମୁଁ ଆଗକୁ ବଢିବାକୁ ସ୍ଥିର କରିଛି ଏବଂ ଲୋକଙ୍କୁ ଜଣାଇବି ଯେ ମୋତେ ଅଧିକ କିଛି ଦେବାକୁ ପଡିବ । ଅନେକ ଏମିତି ଚରିତ୍ର ଅଛି ଯାହା ମୋ ଯାତ୍ରା ପଥରେ ଆସିଥିଲା ଏବଂ ନିର୍ମାତା ମତେ ଯେଉଁଥିରେ ସାମିଲ କରୁଥିଲେ । ଏହା ହେଉଛି ଏକ ସୂଚକ ଯେ ମୁଁ ଜୁଆର ପରିବର୍ତ୍ତନ କରିବାରେ ସଫଳ ହୋଇଛି । ଆଉ ଏବେ ମୋର ନୂଆ ଭର୍ସନ 2.0 ଯାତ୍ରା ଆରମ୍ଭ ହେବାକୁ ଯାଉଛି ।’

ସେହିପରି ସେ ବଲିଉଡରୁ ପାଇଥିବା ବନ୍ଧୁଙ୍କ ବିଷୟରେ କହିଛନ୍ତି, ‘ମୁଁ ବଲିଉଡରେ ଯାତ୍ରା ବ୍ୟତୀତ ଭଲ ବନ୍ଧୁ ମଧ୍ୟ ପାଇଛି । ଯେଉଁମାନେ ସହ କାମ କରି ବାସ୍ତବ ଜିନିଷ ଶିଖିପାରିଛି । ଯେଉଁମାନଙ୍କ ସହ ମୁଁ ମୋର ସାଧାରଣ କଥା ସେୟାର କରିପାରୁଛି । ଆଉ ଜୀବନସାରା ସେମାନେ ମୋର ଭଲ ବନ୍ଧୁ ହୋଇ ରହିବେ ମଧ୍ୟ । ହେଲେ ମୁଁ କେବେ ମଧ୍ୟ ବନ୍ଧୁତା ମଝିରେ ମୁଁ କାମକୁ ଆଣିନାହିଁ । ଆଉ କାହା ସାହାଯ୍ୟରେ ଫିଲ୍ମରେ କାମ କରିନାହିଁ । ମୁଁ କାମ ଏବଂ ବନ୍ଧୁତାକୁ କେବେ ମିକ୍ସ କରେନି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.