ମୁମ୍ବାଇ: ଫିଲ୍ମଠୁ ଦୂରେଇ ଥିବା ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜାଙ୍କ ୱେବ ସିରିଜ ‘କାଫିରା’ ଦର୍ଶକଙ୍କ ମନ କିଣିଥିଲା । ଆଉ ସେ ନୂଆ ସିରିଜ ‘ଭାରତ କେ ମହାବୀର’ ନେଇ ଫେରିଛନ୍ତି । ଯେଉଁଥିରେ ନିଜ ଜୀବନକୁ ବାଜି ଲଗାଇ କୋରୋନା ମହାମାରୀ ସହ ଲଢୁଥିବା ଯୋଦ୍ଧାଙ୍କ କାହାଣୀ ଦେଖିବାକୁ ମିଳୁଛି । ଆଉ ସେମାନଙ୍କ ସାହସର ପ୍ରଶଂସା ମଧ୍ୟ କରାଯାଉଛି । ହେଲେ ଏବେ ସେ ନିଜର ବୟାନ ପାଇଁ ଚର୍ଚ୍ଚାରେ । ତାଙ୍କ ଅନୁଯାୟୀ ପରିବର୍ତ୍ତନ ସହାନୁଭୂତି, କରୁଣା ଏବଂ ଉଦ୍ଦେଶ୍ୟର ଶକ୍ତି ଦ୍ବାରା ପରିଚାଳିତ ହୁଏ । ପରିବର୍ତ୍ତନ ବିଷୟରେ ଆଲୋଚନା କରି ସେ ନିକଟରେ ଏକ ସାକ୍ଷାତକାର ଦେଇଥିଲେ ।
ଆଉ କହିଥିଲେ, ‘ଗୋଟିଏ କଥା ମୁଁ ବୁଝେ ଯେ ଚେଞ୍ଜମେକର ହେବାକୁ ହେଲେ ଅଧିକ ସମୟ ଲାଗେ ନାହିଁ । ଏହା କେବଳ ସହାନୁଭୂତିର ଶକ୍ତି ନିଏ ଏବଂ ଦୟା ଭିତରକୁ ଯିବାକୁ ଇଚ୍ଛା କରେ । ଯଦି ତୁମେ ଜଣେ ଭଲ ମଣିଷ, ଯିଏ ସମାଜର ଦୁଃଖକୁ ବୁଝୁଛି । ତୁମେ ଏହାକୁ ଦୟା ଏବଂ କାର୍ଯ୍ୟର ସ୍ଥାନରୁ ପ୍ରତିକ୍ରିୟା କର ଏବଂ ଭାବ ଆମେ ବସି କେବଳ ଦେଖିବା ନାହିଁ । ମୁଁ ଏକ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଯାହାଦ୍ବାରା ପରିବର୍ତ୍ତନ ଆଣିପାରିବ ।’
ସେହିପରି ସେ ସିରିଜ ‘ଭାରତ କେ ମହାବୀ’ର କାହାଣୀକୁ ନେଇ କହିଥିଲେ, ‘ମୁଁ ଭାବିଲି ମୋତେ ଏହା କରିବାକୁ ହେବ କାରଣ ମୁଁ ଅନୁଭବ କରୁଛି ଯେ କୋରୋନା ମହାମାରୀ ଲୋକଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଛି । ଉନ୍ନତି ଏବଂ ସକରାତ୍ମକ ପରିବର୍ତ୍ତନର କାହାଣୀକୁ ହାଇଲାଇଟ୍ କରିବା ଆମ ପାଇଁ ଆବଶ୍ୟକ । ଏଗୁଡ଼ିକ ହେଉଛି ଅନୁଭୂତି ଯାହାକି କେବଳ ନିଜ ଜୀବନକୁ ସମୃଦ୍ଧ କରିଥାଏ ଏବଂ ତୁମେ ଏପରି ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ସୁଯୋଗ ପାଇଛ, ଯିଏ ଦେଶବାସୀଙ୍କ ସେବା କରି ଭଗବାନ ସାଜିଛନ୍ତି ।’
ପ୍ରକାଶ ଥାଉକି ଡିସକଭରି ଚ୍ୟାନେଲ ଏବଂ ଡିସକଭରି ପ୍ଲସ୍ ଆପରେ ସିରିଜ ‘ଭାରତ କେ ମହାବୀ’ର ପ୍ରସାରିତ ହେଉଛି । ଏହି ସିରିଜ ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଭାରତରେ ମିଳିତ ଜାତିସଂଘ, ନିତି ଆୟୋଗ ଏବଂ ଡିସକଭରି ଚ୍ୟାନେଲ ଏକାଠି ହୋଇଛନ୍ତି । ସେହିପରି ଦିୟାଙ୍କ ସହ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ ମଧ୍ୟ ଏଥିରେ ନଜର ଆସୁଛନ୍ତି । ଯିଏ ଗତ 8 ମାସରୁ ଦେଶବାସୀଙ୍କ ସେବାରେ କ୍ରାମାଗତ ଲାଗିଛନ୍ତି ।
@IANS