ETV Bharat / sitara

ପୁଣି ଜମିବ ଅମିତାଭ-ଦୀପିକାଙ୍କ ଯୋଡି, ‘ଦ ଇଣ୍ଟର୍ନ’ର ଫାଷ୍ଟଲୁକ ପୋଷ୍ଟର ଜାରି

ପପୁଲାର ହଲିଉଡ ଫିଲ୍ମ ‘ଦ ଇଣ୍ଟର୍ନ’ର ହିନ୍ଦୀ ରିମେକକୁ ନେଇ ଚର୍ଚ୍ଚା । ଯେଉଁଥିରେ ମୁଖ୍ୟ ଭୂମିକାରେ ଅମିତାଭଙ୍କ ସହ ନଜର ଆସିବେ ଦୀପିକା । ଅଧିକ ପଢନ୍ତୁ...

author img

By

Published : Apr 6, 2021, 7:04 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ଆକସ୍ମିକ ମୃତ୍ୟୁ ପରେ ‘ଦ ଇଣ୍ଟର୍ନ’ର ହିନ୍ଦୀ ରିମେକ ଫିଲ୍ମରେ ତାଙ୍କ ସ୍ଥାନରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ସାମିଲ କରାଯାଇଛି । ଦୀର୍ଘ ସମୟରୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚା । ସେପଟେ ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଇତିମଧ୍ୟରେ ଜାରି ହୋଇଯାଇଛି ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ।

ଯାହାକୁ ଇନଷ୍ଟାଗ୍ରାମରେ ସେୟାର କରି ଦୀପିକା ଲେଖିଛନ୍ତି, ‘ମୋର ସବୁଠାରୁ ଖାସ୍ ସହ-କଳାକାରଙ୍କ ସହ ପୁଣି କାମ କରିବାକୁ ନେଇ ମୁଁ ସମ୍ମାନିତ ଅନୁଭବ କରୁଛି ।’ ‘ଦ ଇଣ୍ଟର୍ନ’ ପୂର୍ବରୁ ଅମିତାଭ ଓ ଦୀପିକାଙ୍କ ଅଭିନୟ ଫିଲ୍ମ ‘ପିକୁ’ରେ ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ଏହି ଯୋଡି ନାଗ ଅଶ୍ବିନଙ୍କ ଆଗାମୀ ଫିଲ୍ମରେ ମଧ୍ୟ ନଜର ଆସିବେ । ଫିଲ୍ମରେ ସାଉଥ ସୁପରଷ୍ଟାର ପ୍ରଭାସ ମୁଖ୍ୟ ଭୂମିକାରେ ଦେଖାଯିବେ ।

ପ୍ରକାଶ ଥାଉକି ଅମିତାଭ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ । ଏହି କ୍ରମରେ ସାମିଲ ଅଛି ‘ଝୁଣ୍ଡ’, ‘ବ୍ରହ୍ମାସ୍ତ୍ର’, ‘ଅଲବିଦା’, ‘ମେ ଡେ’ ଭଳି ଫିଲ୍ମ । ସେପଟେ ଦୀପିକା ମଧ୍ୟ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମରେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେଙ୍କ ସହ ଅଭିନୟ କରୁଛନ୍ତି । ଖାଲି ଏତିକି ନୁହେଁ ହ୍ରିତିକ ରୋଶନଙ୍କ ‘ଫାଇଟର’ର ହିରୋଇନ ମଧ୍ୟ ଦୀପିକା । ଏହାବ୍ୟତୀତ ରଣବୀର ସିଂଙ୍କ ସହ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ ସେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.