ମୁମ୍ବାଇ: ବର୍ତ୍ତମାନ ନିର୍ଦ୍ଦେଶକ ଶକୁନ ବାତ୍ରାଙ୍କ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ । ତାଙ୍କ ସହ ଏହି ଫିଲ୍ମରେ ପ୍ରଥମଥର ନଜର ଆସିବେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ । ନିକଟରେ ଫିଲ୍ମର ସୁଟିଂ ପାଇଁ ଆଲିଗଡ ଯାତ୍ରା କରିଥିଲେ ଷ୍ଟାରକାଷ୍ଟ । ଇତିମଧ୍ୟରେ ଦୀପିକା 2020 ବର୍ଷରେ ତାଙ୍କ ଫେଭରେଟ ଭିଡିଓ ବିଷୟରେ ଆଲୋଚନା କରିଛନ୍ତି । ମଜାଦାର କଥା ହେଲା ଯେ ତାଙ୍କ ଫେଭରେଟ ଭିଡିଓ କୌଣସି ଫିଲ୍ମର ନୁହେଁ ବରଂ ଚୁଲବୁଲି ଅଭିନେତ୍ରୀଙ୍କ ତାପସୀ ପନ୍ନୁଙ୍କ ‘ବିଗିନି ସୁଟ୍’ ଡାନ୍ସ । ଯାହା ମାଳଦ୍ବୀପ ଭ୍ୟାକେସନ ସମୟରେ ପୋଷ୍ଟ କରିଥିଲେ ସେ ।
- " class="align-text-top noRightClick twitterSection" data="
">
ଏକ ରାଉଣ୍ଡ ଟେବୁଲ ସାକ୍ଷାତକାରରେ ଦୀପିକା ଏହାର ଖୁଲାସା କରିଛନ୍ତି । ଏହି ଭିଡିଓ ତାଙ୍କୁ ତାପସୀଙ୍କ ଫ୍ୟାନ କରିଦେଇଛି । ଆଉ ତାଙ୍କୁ ଯେତେବେଳେ ବି ସମୟ ମିଳୁଛି, ସେ ତାପସୀଙ୍କ ନୂଆ ଭିଡିଓ, ଫଟୋ ଦେଖିବାକୁ ବସିପଡୁଛନ୍ତି ବୋଲି ଜଣାଇ ଚର୍ଚ୍ଚାରେ ।
ଯଦି କଥା ହେବା ତାପସୀଙ୍କ ଏହି ଭିଡିଓ ବିଷୟରେ ତାହାଲେ ସେ ନିକଟରେ ନିଜ ବୟଫ୍ରେଣ୍ଡ ଓ ଭଉଣୀଙ୍କ ସହ ମାଳଦ୍ବୀପ ଛୁଟି କାଟିବାକୁ ଯାଇଥିଲେ । ଆଉ ସେହି ସମୟରେ ମାଳଦ୍ବୀପର ସମୁଦ୍ର କୂଳରେ ‘ବିଗିନି ସୁଟ୍’ ଗୀତରେ ଜବରଦସ୍ତ ଡାନ୍ସ କରିଥିଲେ । ଯାହାର ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କୁ ନିଜ ଅନ୍ଦାଜ ଦେଖାଇଥିଲେ ସେ । ଆପଣ ବି ଦେଖନ୍ତୁ ଭିଡିଓ...