ETV Bharat / sitara

ଦୀପିକାଙ୍କ ଉପରେ ଚୋରି ଅଭିଯୋଗ ! - ହଲିଉଡ ଫିଲ୍ମର ସ୍କ୍ରିନରାଇଟର ସୋନି ତାରପେରେୱାଲା ନ୍ୟୁଜ

ବିଜ୍ଞାପନ ପାଇଁ ସମସ୍ୟା ଘେରରେ ଦୀପିକା । ଲାଗିଲା ଚୋରି କରିବା ଅଭିଯୋଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Mar 3, 2021, 12:06 PM IST

ମୁମ୍ବାଇ: ବଲିଉଡ ଉପରେ ଅନେକ ଥର ଫିଲ୍ମର କାହାଣୀ , ଗୀତ ଚୋରି କରାଯାଇଥିବା ଖବର ଶୁଣିବାକୁ ମିଳିଥାଏ । ହେଲେ ଏଥର ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ନିଜର ନୂଆ ବିଜ୍ଞାପନକୁ ନେଇ ହଟହଟା । ଯାହା ଉପରେ ଚୋରି କରିବାର ଅଭିଯୋଗ ଲାଗିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ବିଜ୍ଞାପନରେ ସେ ଜିନ୍ସ ପ୍ୟାଣ୍ଟର ପ୍ରଚାର କରୁଥିବାର ନଜର ଆସୁଛନ୍ତି ।

ଏହି ବିଜ୍ଞାପନ ଉପରେ ‘ୟେ ବ୍ୟାଲେଟ’ ଫିଲ୍ମ ପକ୍ଷରୁ ସେଟ୍ ଏବଂ କନସେପ୍ଟ ଚୋରି କରିବାର ଅଭିଯୋଗ ଲାଗିଛି । କଥାଟି ହେଲା ଯେ ଫିଲ୍ମର ନିର୍ଦ୍ଦେଶକ ଓ ହଲିଉଡ ଫିଲ୍ମର ସ୍କ୍ରିନରାଇଟର ଭୂମିକାରେ କାମ କରିସାରିଥିବା ସୋନି ତାରପେରେୱାଲାଙ୍କୁ ଯେବେ ଜଣାପଡିଲା ଦୀପିକା ଜିନ୍ସ ପାଇଁ ଏକ ବିଜ୍ଞାପନ କରିଛନ୍ତି, ଯାହାର ଥିମ୍ ତାଙ୍କ ଫିଲ୍ମ ପରି ଲାଗୁଛି ତେବେ ସେ ଆପତ୍ତି ପ୍ରକାଶ କରିଥିଲେ ।

ସେ ବିଜ୍ଞାପନ ନିର୍ମାଣ କରିଥିବା ଏଜେନ୍ସି ଉପରେ କ୍ରୋଧ ପ୍ରକାଶ କରି ସୋସିଆଲ ମିଡିଆରେ ଲେଖିଥିଲେ, ‘କିଛି ଦିନ ପୂର୍ବରୁ ମୋର ଧ୍ୟାନ ଏହି ବିଜ୍ଞାପନ ଉପରେ ପଡିଥିଲା । ଯେଉଁଥିରେ ମୁଁ ମୋ ଫିଲ୍ମର ସେଟ ଦେଖି ଚକିତ ହୋଇଗଲି । କାରଣ ଏହାର କନ୍ସେପ୍ଚୁଆଲଇଜେଶନ ଏବଂ କ୍ରିଏଶନ ଦୁଇଟି କାମ ସୈଲଜା ଶର୍ମା କରିଥିଲେ । ଆଉ ଫିଲ୍ମ ସୁଟିଂ ପରେ ସେଟକୁ ନଷ୍ଟ କରି ଦିଆଯାଇଥିଲା । ଆମର ଏହି ସେଟକୁ କପି କରିବାକୁ ଚେଷ୍ଟା କରାଯାଇଛି । କିପରି ବ୍ରାଣ୍ଡ ଏବଂ ଏହି ବିଜ୍ଞାପନର ନିର୍ଦ୍ଦେଶକ ବିନା ଅନୁମତିରେ ଏମିତି କରିବାକୁ ଭାବିପାରିଛନ୍ତି । ଯଦି ତାଙ୍କ କ୍ରିଏଟିଭ ୱାର୍କ ସହ ଏମିତି କରାଯାଏ ତେବେ କେମିତି ଲାଗିବ। ଏହା ଏକ ଇଣ୍ଟଲେକ୍ଚୁଆଲ ଥେଫ୍ଟ । ସୈଲଜା ଶର୍ମାଙ୍କୁ ନିଜ କ୍ରିଏଟିଭ ୱାର୍କର ଏପରି ହୋଇଥିବାର ଦେଖି ନିହାତି ଦୁଃଖ ଲାଗୁଥିବ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.