ETV Bharat / sitara

ନିଜ ରିୟଲ ଲାଇଫ ହିରୋଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଦୀପିକା

author img

By

Published : Jun 10, 2020, 4:31 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ଦୀପିକାଙ୍କ ପିଲାବେଳ ଫଟୋ । ଏହି ଫଟୋ ଜରିଆରେ ସେ ପିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନଙ୍କ ଆଜି 65ତମ ଜନ୍ମଦିନ । ଏହି ଅବସରରେ ଦୀପିକା ନିଜ ରିୟଲ ଲାଇଫ ହିରୋଙ୍କୁ ଶାନଦାର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆରେ ପିତାଙ୍କ ସହ ନିଜର ପିଲାବେଳ ଫଟୋ ସେୟାର କରି ସେ ଚର୍ଚ୍ଚାରେ ।

ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ପିତାଙ୍କ କୋଳରେ ବସିଥିବାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ସବୁଠାରୁ ଭଲ ଅଫ ସ୍କ୍ରିନ ହିରୋ ଯିଏ ମୋ ପାଖରେ ଅଛନ୍ତି । ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆମକୁ ଏହା ଶିଖାଇଥିବାରୁ ଯେ କେବଳ ଦକ୍ଷତା ନୁହେଁ ଭଲ ମଣିଷ ହେବା ନିହାତି ଆବଶ୍ୟକ । 65ତମ ଜନ୍ମଦିନର ଶୁଭେଚ୍ଛ ଓ ଶୁଭକାମନା । ମୁଁ ଆପଣଙ୍କୁ ଖୁବ୍ ପ୍ରେମ କରୁଛି ।’ ସେହିପରି ଦୀପିକାଙ୍କ ଭଉଣୀ ଅନୀଶା ଏହି ଫଟୋ ଉପରେ କମେଣ୍ଟ କରି ହାର୍ଟ ଇମୋଜି ସେୟାର କରିଛନ୍ତି ।

ପ୍ରକାଶ ଥାଉକି ଦୀପିକା ଖୁବଶୀଘ୍ର ସ୍ବାମୀ ତଥା ଅଭିନେତା ରଣବୀର ସିଂଙ୍କ ସହ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ନଜର ଆସିବେ । ବିବାହ ପରେ ଏହି ଯୋଡିଙ୍କ ଏହାର ପ୍ରଥମ ଫିଲ୍ମ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି କବୀର ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.