ମୁମ୍ବାଇ: ନିଜ ଶାନଦାର ଅଭିନୟ ଜରିଆରେ ଟିଭିଠୁ ନେଇ ବଲିଉଡରେ ବେଶ୍ ଲୋକପ୍ରିୟ ଥିବା ଅଭିନେତ୍ରୀ ଅନୀତା ହସନନ୍ଦାନୀଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ନିରାଶ ହୋଇପାରନ୍ତି ତାଙ୍କ ଫ୍ୟାନ୍ସ । କାରଣ ସେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଆଜ୍ଞ ହଁ, ‘ନାଗିନ’ ଫେମ ଅନୀତା ନିକଟରେ ବେବି ବୟକୁ ଜନ୍ମ ଦେଇଥିଲେ । ଆଉ ପରିବାର ସମ୍ଭାଳିବା ପାଇଁ ସେ ଅଭିନୟ ଦୁନିଆ ଛାଡିବାକୁ ଯାଉଛନ୍ତି ବୋଲି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଜଣାଇଥିଲେ ।
ଆଉ କହିଥିଲେ, ‘ମୋ ପୁଅର ଜନ୍ମ ପରେ ମୁଁ ଅଭିନୟ ଛାଡି ଦେଇଥାଆନ୍ତି ହେଲେ କିଛି କାରଣ ପାଇଁ ଏହା କରିପାରିନଥିଲି । ମୁଁ ମୋ ପିଲା ସହିତ ଘରେ ରହିବାକୁ ଚାହେଁ | ସତ କହିବାକୁ ଗଲେ, ଏହି ସମୟରେ ମୋ ମନରେ କାମ ପୁରା ଶେଷରେ ଆସୁଛି | ମୁଁ ଜାଣେ ନାହିଁ ମୁଁ କେବେ ଫେରିବି | କିନ୍ତୁ ଏବେ ଅଭିନୟ ଠୁ ଦୂରେଇ ରହିବାକୁ ଚାହୁଁଛି । ’
ପ୍ରକାଶ ଥାଉକି ଅନୀତା 2013ରେ ରୋହିତ ରେଡ୍ଡୀଙ୍କୁ ବିବାହ କରିଥିଲେ । ଏହି ଯୋଡି ଗତ ଫେବୃଆରୀ ମାସରେ ବାପା-ମା' ସାଜିଥିଲେ । ନିଜ ଲାଡଲା ଆରବ ସହ ସୋସିଆଲ ମିଡିଆରେ ପ୍ରାୟତଃ ଏହି ଯୋଡି ଫଟୋ ଓ ଭିଡିଓ ସେୟାର କରୁଥିବାର ନଜର ଆସନ୍ତି ।