ETV Bharat / sitara

ଅଧା ରହିଗଲା ଅମୃତାଙ୍କ ସ୍ବପ୍ନ, ଇରଫାନଙ୍କ ସହ କରିପାରିଲେନି କାମ - ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କୁ ନେଇ ବୟାନ ଦେଲେ ଅମୃତା ରାଓ

ନିଜର ବୟାନକୁ ନେଇ ଚର୍ଚ୍ଚାରେ ଅମୃତା । ସେ ନିଜ ଜୀବନରେ ଲୋକପ୍ରିୟ ଅଭିନେତା ଇରଫାନଙ୍କ ସହ କାମ କରିପାରିନଥିବାରୁ ସେ ଦୁଃଖି । ବଖାଣିଲେ ମନ କଥା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Nov 18, 2020, 12:17 PM IST

ମୁମ୍ବାଇ: ଅଭିନେତ୍ରୀ ଅମୃତା ରାଓ ବି-ଟାଉନର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀ ଏବଂ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କୁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇଜଣ ଅନନ୍ୟ ଅଭିନେତା ଭାବରେ ବିବେଚନା କରିଛନ୍ତି । ଗତ ବର୍ଷ ‘ଠାକରେ’ ଫିଲ୍ମରେ ସେ ନୱାଜଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିବା ବେଳେ ଇରଫାନଙ୍କ ସହ କାମ କରିବାର ଇଚ୍ଛା ତାଙ୍କର ଅଧୁରା ରହିଯାଇଛି । ଏହା ବିଷୟରେ ସେ ନିକଟରେ ଏକ ସାକ୍ଷାତକାରରେ ଜଣାଇଥିଲେ ।

ଆଉ କହିଥିଲେ, ‘ମୁଁ କେତେକ ମହାନ ପ୍ରତିଭାଙ୍କ ସହ କାମ କରିବାର ସୁଯୋଗ ପାଇଛି । ଶାହରୁଖ ଖାନ, ଶାହିଦ କପୁର, ଅମିତାଭ ବଚ୍ଚନଙ୍କ ଭଳି ଅଭିନେତାଙ୍କ ସହ । ହେଲେ ଆମ ଇଣ୍ଡଷ୍ଟ୍ରିରେ ଏମିତି ଦୁଇଜଣ ଅଭିନେତା ଅଛନ୍ତି ଯିଏ ଅନନ୍ୟ ଏବଂ ସ୍ବତନ୍ତ୍ର । ଯାହାଙ୍କ ସହ ସମସ୍ତେ କାମ କରିବାକୁ ଚାହାଁନ୍ତି । ସେମାନେ ହେଉଛନ୍ତି ନୱାଜୁଦ୍ଦୀନ ଏବଂ ଇରଫାନ । ମୁଁ ଗତ ବର୍ଷ ମୁଁ ଠାକରେରେ ନୱାଜ ସାର୍‌ଙ୍କ ସହ କାମ କରିଥିବା ବେଳେ ଏହା କେତେ ଦୁର୍ଭାଗ୍ୟଜନକ ଯେ ମୁଁ ଇରଫାନଙ୍କ ସହ କାମ କରିବାର ସୁଯୋଗ ପାଇବି ନାହିଁ | ସେ କାହିଁକି ଏତେ ଶୀଘ୍ର ଆମକୁ ଛାଡି ଚାଲିଗଲେ? ପ୍ରତ୍ୟେକ ଅଭିନେତା ନିଜ ନିଜ ହିସାବରେ ଭଲ କିନ୍ତୁ ଏକ କାରଣ ଅଛି ଯେ ମୁଁ କହୁଛି ଏହି ଦୁଇ କଳାକାର ଅନନ୍ୟ ବୋଲି । ଆପଣ ଜାଣନ୍ତି, ନୱାଜ ସାର୍ ଏବଂ ଇରଫାନ୍ ସେମାନେ ନିଜକୁ ଏକ ଚରିତ୍ରରେ ପରିଣତ କରିବାକୁ ବାହ୍ୟ ଉପାଦାନ ଉପରେ ନିର୍ଭରଶୀଳ ନୁହଁନ୍ତି ।’

ପ୍ରକାଶ ଥାଉକି ନିକଟରେ ବେବି ବୟକୁ ଜନ୍ମ ଦେଇଥିଲେ ଅମୃତା । ପୁଅର ହାତର ଫଟୋ ସେୟାର କରି ଫ୍ୟାନ୍ସଙ୍କ ସହ ତାଙ୍କୁ ସାକ୍ଷାତ କରାଇଥିଲେ । ସେ ଆରଜେ ଅନମୋଲଙ୍କୁ 2016ରେ ବିବାହ କରିଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.