ETV Bharat / sitara

କୋରୋନାକୁ ମାତ୍ ଦେଲେ ଆଲିୟା

author img

By

Published : Apr 14, 2021, 12:59 PM IST

ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସୁସ୍ଥ ଥିବା ସୂଚନା ଦେଲେ ଆଲିୟା । ସାମ୍ନାକୁ ଆସିଲା କୋରୋନା ରିପୋର୍ଟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ କ୍ୟୁଟ ଆଲିୟା ଭଟ୍ଟ । ହେଲେ ବୁଧବାର ସେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୁଡନ୍ୟୁଜ । କାରଣ ସୁସ୍ଥ ଅଛନ୍ତି ଅଭିନେତ୍ରୀ । ନେଗେଟିଭ ଆସିଲା ତାଙ୍କ ରିପୋର୍ଟ ।

କିଛି ଦିନରୁ ହୋମ କ୍ବାରେଣ୍ଟାଇନରେ ଥିବା ଆଲିୟା ଇନଷ୍ଟାଗ୍ରାମରେ ନିଜର ଏକ ସୁନ୍ଦର ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଏହି ସମୟରେ ନେଗେଟିଭ ଆସିବା ଭଲ କଥା ।’ ସେପଟେ ତାଙ୍କ ଫ୍ୟାନ୍ସ ଏହି ପୋଷ୍ଟରେ କମେଣ୍ଟ କରି ତାଙ୍କୁ ସୁସ୍ଥ ହେବାର ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି, ଗତ 2 ତାରିଖରେ ଆଲିୟାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ସେହି ସମୟରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ସୁଟିଂରେ ବ୍ୟସ୍ତ ଥିଲେ ସେ । ସେପଟେ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀରଙ୍କ କୋରୋନା ପଜିଟିଭ କଥା ଶୁଣି ନିଜକୁ କ୍ବାରେଣ୍ଟାଇନ ମଧ୍ୟ କରିଦେଇଥିଲେ । ହେଲେ ଏହାର କିଛି ଦିନ ପରେ ତାଙ୍କ ଟେଷ୍ଟ ପଜିଟିଭ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.