ମୁମ୍ବାଇ: ଲୋକପ୍ରିୟ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ରେ ନଜର ଆସିବେ ଆଲିୟା ଭଟ୍ଟ । ଯାହାକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ହେଲେ ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହୋଇଛି । ଯାହାଦ୍ବାରା ବଢିଲା ମେକର୍ସଙ୍କ ସମସ୍ୟା । ଚର୍ଚ୍ଚାର ଜୋର ଧରିଛି ଯେ ଫିଲ୍ମକୁ ନେଇ ଗଙ୍ଗୁବାଇଙ୍କ ପରିବାର ଲୋକେ ଆପତ୍ତି ପ୍ରକାଶ କରି ବମ୍ବେ ସିଟି ସିଭିଲ କୋର୍ଟରେ ହୁସୈନ ଜୈଦୀ, ସଞ୍ଜୟ ଓ ଆଲିୟାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛନ୍ତି ।
ସେପଟେ କୋର୍ଟ ଏହି ମାମଲାରେ ତିନି ଜଣଙ୍କୁ ଜବାବ ରଖିବା ପାଇଁ ଆସନ୍ତା ଜାନୁଆରୀ 7 ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ପ୍ରକାଶ ଥାଉକି ଏହି ଫିଲ୍ମ ହୁସୈନଙ୍କ ବହି ‘ମାଫିଆ କୁଇନ୍ସ ଅଫ ମୁମ୍ବାଇ’ର କାହାଣୀକୁ ନେଇ ଆଧାରିତ । ଯେଉଁଥିରେ ଡନ ଗଙ୍ଗୁବାଇଙ୍କ କାହାଣୀ ପରଦାରେ ପର୍ଯ୍ୟବେଶିତ କରାଯିବ । ଗଙ୍ଗୁବାଇ 60 ଦଶକରେ ମୁମ୍ବାଇରେ ବଡ ମାଫିଆଙ୍କ ମଧ୍ୟରେ ଅନ୍ୟତମ ଥିଲେ । ଶୁଣିବାକୁ ମିଳୁଛି ଯେ ମାତ୍ର 500 ଟଙ୍କା ପାଇଁ ତାଙ୍କୁ ତାଙ୍କ ସ୍ବାମୀ ଅନ୍ୟ ବିକି ଦେଇଥିଲେ ।
ଏହାପରେ ସେ ରୂପଜୀବି ରୂପେ କାମ କରି ନିଜ ପେଟ ପୋଷିଥିଲେ । ହେଲେ ଅଭାବୀ ମହିଳାଙ୍କ ପାଇଁ ସେ ଭଗବାନଙ୍କ ଦୂତ ସାଜିଥିଲେ । ଅନେକ ଗରିବ ଝିଅଙ୍କୁ ରୋଜଗାର ମଧ୍ୟ ଯୋଗାଇ ଦେଇଥିଲେ । ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ମୁମ୍ବାଇରେ ତାଙ୍କୁ ପୂଜା ମଧ୍ୟ କରାଯାଏ ।