ମୁମ୍ବାଇ: ବିକ୍ରାନ୍ତ ମେସୀ ଓ କ୍ରିତି ଖରବନ୍ଦାଙ୍କ ଆଗାମୀ ଫିଲ୍ମ ‘14 ଫେରେ’କୁ ନେଇ ନୂଆ ଖବର। ଓଟିଟି ପ୍ଲାଟଫର୍ମ ଜି5ରେ ରିଲିଜ ହେବାକୁ ଯାଉଛି ଫିଲ୍ମ । ଯାହାର ଅଧିକାରୀକ ଘୋଷଣା ସୋମବାର କରିଥିଲେ ମେକର୍ସ । ହେଲେ ରିଲିଜ ତାରିଖର ଖୁଲାସା ଏଯାବତ କରାଯାଇନାହିଁ । ‘14 ଫେରେ’ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ଦେବାଂଶୁ ସିଂ ।
- " class="align-text-top noRightClick twitterSection" data="
">
ସେହିପରି ଏହି ଫିଲ୍ମରେ ବିକ୍ରାନ୍ତ ଓ କ୍ରିତିଙ୍କ ବ୍ୟତୀତ ନଜର ଆସିବେ ଗୌହର ଖାନ । ଫିଲ୍ମରେ ବିକ୍ରାନ୍ତ ସଞ୍ଜୟ ଭୂମିକାରେ ଅଭିନୟ କରୁଥିବାବେଳେ କ୍ରିତି ଅଦିତି ଭୂମିକାରେ ଅଭିନୟ କରୁଛନ୍ତି । ବିବାହ କାହାଣୀକୁ ନେଇ ଆଧାରିତ ଫିଲ୍ମ ।
‘14 ଫେରେ’ ବ୍ୟତୀତ ବିକ୍ରାନ୍ତ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଥ୍ରିଲର ଡ୍ରାମା ଫିଲ୍ମ ‘ହସୀନ ଦିଲରୁବା’ରେ ନଜର ଆସିବେ । ଫିଲ୍ମଟି ଜୁଲାଇ 2 ତାରିଖରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ନିକଟରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା ।