ETV Bharat / sitara

ପରଦାରେ ଏକାଠି ହେବେ ବିକ୍କୀ-ମାନୁଷୀ, ଚର୍ଚ୍ଚାରେ ଫିଲ୍ମ ଟାଇଟେଲ

author img

By

Published : Mar 1, 2021, 12:00 PM IST

ୟଶରାଜ ବ୍ୟାନରେ ନିର୍ମାଣ ହେବାକୁ ଯାଉଥିବା କମେଡି ଡ୍ରାମା ଫିଲ୍ମରେ ନଜର ଆସିବେ ବିକ୍କୀ ଓ ମାନୁଷୀ । ଟାଇଟେଲକୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଗତ ବର୍ଷରୁ ଚର୍ଚ୍ଚାରେ ରହିଆସୁଛନ୍ତି ଜାତୀୟ ପୁରସ୍କାର ବିଜେତା, ଅଭିନେତା ବିକ୍କୀ କୌଶଲଙ୍କ ଆଗାମୀ ଫିଲ୍ମ । ସେ ଖୁବଶୀଘ୍ର ୟଶରାଜ ବ୍ୟାନରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ନଜର ଆସିବେ । ଆଉ ତାଙ୍କ ସହ ରୋମାନ୍ସ କରିବେ 2017ରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଥିବା ମାନୁଷୀ ଛିଲ୍ଲର ।

ବିକ୍କୀ ଏବଂ ମନୁଷୀଙ୍କ ସତେଜ ଯୋଡି ପାଇଁ ଚର୍ଚ୍ଚାରେ ରହିଆସୁଛି ଫିଲ୍ମ। କାଷ୍ଟିଂ ଏବଂ କମେଡି-ଡ୍ରାମା ଫିଲ୍ମର ଟାଇଟେଲକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ଅନେକ କଳ୍ପନାଜଳ୍ପନା ପରେ ଶୁଣିବାକୁ ମିଳୁଛି ଯେ ଫିଲ୍ମର ଟାଇଟେଲ ‘ବିକ୍କୀ-ମାନୁଷୀ ଫିଲ୍ମ’ କୁହାଯାଉଛି ।

କାରଣ ମେକର୍ସ ବର୍ତ୍ତମାନ ଫିଲ୍ମର ଟାଇଟେଲ ରୂପେ ‘ବିକ୍କୀ-ମାନୁଷୀ ଫିଲ୍ମ’ କହିବା ଆରମ୍ଭ କରିଦେଇଛନ୍ତି । ସେହିପରି ପ୍ରଥମଥର କମେଡି ଡ୍ରାମା ଫିଲ୍ମରେ ଅଭିନୟ କରିବାକୁ ନେଇ ଉତ୍ସାହିତ ଅଛନ୍ତି ବିକ୍କୀ । ଯଦି ମାନୁଷୀଙ୍କ ବିଷୟରେ କଥା ହେବା ତାହାଲେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ‘ପୃଥ୍ବୀରାଜ’ରେ ନଜର ଆସିବେ । ଏହା ତାଙ୍କ ଡେବ୍ୟୁ ଫିଲ୍ମ । ଯାହାର ପ୍ରଯୋଜନା ୟଶରାଜ ବ୍ୟାନସରେ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.