ମୁମ୍ବାଇ: ପୁରା ବିଶ୍ବରେ କୋରୋନା ଭାଇରସ ପ୍ରକୋପ କମିବାର ନାଁ ନେଉନାହିଁ । ଏହି ମହାମାରୀ ବିରୋଧରେ ଅନେକ ସୋଲିବ୍ରିଟି ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ । ଏବେ ସେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ 100 ବର୍ଷ ପୂର୍ବେ ବ୍ୟାପିଥିବା ମହାମାରୀର କିଛି ଫଟୋ ସେୟାର କରିଛନ୍ତି । ଯାହା ଜରିଆରେ ସେ ଦେଶବାସୀଙ୍କୁ ନିଜ ଦାୟିତ୍ବ ବିଷୟରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।
ସେ ଅପିଲ କରି ପୋଷ୍ଟରେ ଲେଖିଛନ୍ତି, ‘1920 ଓ 2020। ଦୁନିଆ ପୂର୍ବରୁ ମଧ୍ୟ ଏପରି ସଙ୍କଟ ଦେଇ ଗତି କରିସାରିଛି । ଆମକୁ ଆମ ଡାକ୍ତର, ପୋଲିସ ଓ ଫ୍ରଣ୍ଟ ଲାଇନ ଯୋଦ୍ଧାଙ୍କୁ ସାହାଯ୍ୟ କରିବାର ଆବଶ୍ୟକ ଅଛି । ୟୁଏନଓ ଗଣନା ଅନୁଯାୟୀ ଭାରତରେ 2020ଜୁନ ଜନସଂଖ୍ୟା 1,380,004,385 ଅନୁମାନିତ । ଭାରତର ଜନସଂଖ୍ୟା ବିଶ୍ବ ଜନସଂଖ୍ୟାର 17.7 ଶତକଡା ପାଖାପାଖି । ଏମିତିରେ ଆମ ସମସ୍ତଙ୍କୁ ନିଜର ଦାୟିତ୍ବ ବୁଝିବାର ଅଛି ।’
ପ୍ରକାଶ ଥାଉକି 1918ରେ ଏମିତି ଏକ ମହାମାରୀ ୟୁଏମ ଆର୍ମିର ଜଣେ ସେନାକୁ ହୋଇଥିଲା । ତାଙ୍କର ମତ୍ୟୁ ଜ୍ବର, କାଶରେ ହୋଇଥିଲା । ଏହାପରେ ପୁରା ଦେଶରେ ଏହି ମହାମାରୀ ବ୍ୟାପିଯାଇଥିଲା । ଲକ୍ଷ ଲକ୍ଷ ଲୋକେ ଏଥିରେ ଜୀବନ ହରାଇଥିଲେ ।