ETV Bharat / sitara

ସୁଶାନ୍ତଙ୍କ ବିଲ୍ଡିଂରେ ଖରାପ ନଥିଲା ସିସିଟିଭି, କମ୍ପାନୀ ମାଲିକର ଖୁଲାସା - ସିସିଟିଭି କମ୍ପାନୀ ମାଲିକ ବଡ ଖୁଲାସା କରିଛନ୍ତି

ପୁଣି ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଆତ୍ମହତ୍ୟାରେ ନୂଆ ତଥ୍ୟ। 14-15 ତାରିଖରେ ତାଙ୍କ ବିଲ୍ଡିଂର ସିସିଟିଭ ଫୁଟେଜକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 5, 2020, 2:20 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସ ଏକ ମିଷ୍ଟ୍ରି ହୋଇ ରହିଯାଇଛି । ହେଲେ କେସ ସହ ସମ୍ପୃକ୍ତ ଅନ୍ୟ ତଥ୍ୟ ଧିରେ ଧିରେ କରି ସାମ୍ନାକୁ ଆସୁଛି । ତାଙ୍କ ମୃତ୍ୟୁ ପରଠୁ ତଦନ୍ତ କରିଆସୁଥିବା ମୁମ୍ବାଇ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଇତିମଧ୍ୟରେ ମାମଲାରେ ଏବେ ସିସିଟିଭି କମ୍ପାନୀ ମାଲିକ ବଡ ଖୁଲାସା କରିଛନ୍ତି । ତାଙ୍କ ଅନୁଯାୟୀ ସୁଶାନ୍ତଙ୍କ ବିଲ୍ଡିଂର 14-15 ତାରିଖ ରାତିରେ ସିଟିଟିଭି ଖରାପ ନଥିଲା । ସିସିଟିଭି ସମ୍ପୂର୍ଣ୍ଣ ରୂପେ କାମ କରୁଥିଲା । ଏହି ମାମଲାରେ ମୁମ୍ବାଇ ପୋଲିସ କିଛି ଲୁଚାଉଛି । ଏବେ ଏହି କଥାକୁ ଆଧାର କରି ପୋଲିସ ଉପରେ କ୍ରୋଧିତ ନଜର ଆସୁଛନ୍ତି ଅନେକ ଲୋକ ।

କଥାଟି ହେଲା ଯେ ସୁଶାନ୍ତଙ୍କ ମତ୍ୟୁରେ ହୋଇଥିବା ଯାଞ୍ଚରେ ମୁମ୍ବାଇ ପୋଲିସ କହିଥିଲା ତାଙ୍କ ବିଲ୍ଡିଂର ସିସିଟିଭି କ୍ୟାମେରା ଖରାପ ଥିଲା । ହେଲେ ସିସିଟିଭି ମାଲିକଙ୍କ ବୟାନ ପରେ ପୁଣି ମୁମ୍ବାଇ ପୋଲିସ ପ୍ରଶ୍ନ ଘେରରେ। ଏବେ ଲୋକେ ପ୍ରଶ୍ନ କରୁଛନ୍ତି ଯଦି ସିସିଟିଭ ଖରାପ ନଥିଲା ତାହାଲେ ସବୁ ଫୁଟେଜ ମୁମ୍ବାଇ ପୋଲିସ ଲୁଚାଇ ରଖିଛି । ନହେଲେ ଡିଲିଟ କରିଦେଇଛି।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.