ମୁମ୍ବାଇ: ଗତ ବର୍ଷ ହଲିଉଡଠୁ ନେଇ ବଲିଉଡରେ ମି-ଠୁ ନିଆଁ ଦେଖିବାକୁ ମିଳିଥିଲା । ଅନେକ ଫିମେଲ ସେଲିବ୍ରିଟି ନିଜ ନିଜ କୋ-ଷ୍ଟାର୍ସ, ନିର୍ମାତା, ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ସେହି ସମୟରେ ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ଶୁଣିବାକୁ ମିଳୁଥିଲା ଯେ ‘ଦିଲ ବେଚେରା’ ସୁଟିଂ ସମୟରେ ସେ ଡେବ୍ୟୁ ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏବେ ଏହି ମାମଲାରେ ସଞ୍ଜନା ବୟାନ ଦେଇ ଚର୍ଚ୍ଚାରେ।
ସେ ଏକ ସାକ୍ଷାତକାରରେ ଯୋଗ ଦେଇ ନିକଟରେ କହିଥିଲେ, ‘ସେହି ସମୟରେ ସୁଶାନ୍ତଙ୍କ ନାମରେ ଅନେକ କଥା କୁହାଯାଇଥିଲା । ହେଲେ ସେ ମୋ ସହ ସେଟରେ କୌଣସି ଦୁର୍ବ୍ୟବହାର କରିନଥିଲେ । ମୁଁ ସେହି ସମୟରେ ବହୁତ ଡିଷ୍ଟର୍ବ ଥିଲି । ଆମେ ଦୁଇଜଣ ଜାଣିଥିଲୁ ସତ କଣ। ମୁଁ ଜାଣିଛି ସୁଶାନ୍ତ ମୋ ପାଇଁ କେତେ ମହତ୍ବ ରଖୁଛନ୍ତି । ଆମେ ସବୁବେଳେ ସେଟରେ ଏକାଠି ରହୁଥିଲୁ । ଆଉ ସେହି ସମୟରେ ଏହିପରି ଆସୁଥିବା ଆର୍ଟିକିଲ ଉପରେ ଆମେ ଧ୍ୟାନ ମଧ୍ୟ ଦେଇନଥିଲୁ । ଏପରି ଉଡା ଖବର ସୁଶାନ୍ତଙ୍କ ସହ ତାଙ୍କ ବନ୍ଧୁତା ଉପରେ କୌଣସି ପ୍ରଭାବ ପକାଇନଥିଲା । ଆମ ଦୁଇଜଣଙ୍କ ମଧ୍ୟରେ କେବେ କିଛି ବଦଳିନଥିଲା । ଆମେ ଜାଣିନଥିଲୁ ମିଡିଆରେ ଏପରି ଖବର କାହିଁକି ଆସିଥିଲା । ହେଲେ ସୁଶାନ୍ତ ତାଙ୍କ ସହ କେବେ ମଧ୍ୟ କୌଣସି ଦୁର୍ବ୍ୟବହାର କରିନଥିଲେ।’
ପ୍ରକାଶ ଥାଉକି ସୁଶାନ୍ତ ଓ ସଞ୍ଜନାଙ୍କ ଅଭିନୀତ ‘ଦିଲ ବେଚେରା’ ଆସନ୍ତା 24 ତାରିଖରେ ଓଟିଟି ପ୍ଲାଟଫର୍ମ ଡିଜନି ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ। ଏହା ସୁଶାନ୍ତଙ୍କ ଶେଷ ଫିଲ୍ମ ମଧ୍ୟ । ଏଥି ନିମନ୍ତେ ଫିଲ୍ମ ଦେଖିବାକୁ ଦୀର୍ଘ ସମୟରୁ ବ୍ୟାକୁଳ ଦର୍ଶକ।