ETV Bharat / sitara

‘ଜଷ୍ଟିସ ଫର୍ ରିଆ’ ସମର୍ଥନରେ ରାମଗୋପାଲ

ଜଷ୍ଟିସ୍ ଫର ସୁଶାନ୍ତଙ୍କ ପରେ ଏବେ ଜଷ୍ଟିସ ଫର ରିଆ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଯାହା ଉପରେ ଟ୍ବିଟ କରି ଚର୍ଚ୍ଚାରେ ରାମଗୋପାଲ ବର୍ମା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମଗୋପାଲ ବର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାମଗୋପାଲ ବର୍ମା
author img

By

Published : Aug 28, 2020, 7:07 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଯେବଠୁ ହୋଇଛି ତାଙ୍କ ଗାର୍ଲଫ୍ରଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ସନ୍ଦେହ ଘେରରେ । ସୁଶାନ୍ତଙ୍କ ପରିବାର ବ୍ୟତୀତ ଅନେକ ରିଆଙ୍କ ସହ ତାଙ୍କ ପରିବାର ଉପରେ ଗମ୍ଭୀର ଅଭିଯୋଗ ଲାଗିଛନ୍ତି । ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରିଆ । ସେ ଗୁରୁବାର ଦେଇଥିବା ଏକ ସାକ୍ଷାତକାରରେ ସୁଶାନ୍ତଙ୍କୁ ନେଇ ଅନେକ କଥା ଆଲୋଚନା କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ରିଆଙ୍କ ସାକ୍ଷାତକାରକୁ ନେଇ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଖାଲି ଏତିକି ନୁହେଁ ଏବେ ସୋସିଆଲ ମିଡିଆରେ ‘ଜଷ୍ଟିସ ଫର୍ ରିଆ’ ଟ୍ରେଣ୍ଡ ମଧ୍ୟ କରୁଛି । ଯାହାର ସମର୍ଥନ କରିଛନ୍ତି ଫେମସ ନିର୍ମାତା ରାମଗୋପାଲ ବର୍ମା ।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ପରିଶେଷରେ ନିଜ ପକ୍ଷ ରଖିଲେ ରିଆ । ଜଷ୍ଟିସ ଫର୍ ରିଆ ଭାରତରେ ଟ୍ରେଣ୍ଡ କରୁଛି । ମୁଁ ବୁଝିପାରୁଛି କାହିଁକି ।’ ଏହାବ୍ୟତୀତ ରାମୁ ଆଉ ଏକ ଟ୍ବିଟ ମଧ୍ୟ କରିଛନ୍ତି । ଯେଉଁଥିରେ ସେ ରିଆଙ୍କୁ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି ।

ସେହିପରି ଦ୍ବିତୀୟ ଟ୍ବିଟରେ ସେ ଲେଖିଛନ୍ତି, ‘ଯଦି କୌଣସି ମଣିଷ ରିଆଙ୍କ ଏହି ସାକ୍ଷାତକାରକୁ ବୁଝିପାରୁନାହିଁନ୍ତି, ତେବେ ସେ ମଣିଷ ନୁହେଁ । କାରଣ ମଣିଷ ରୂପେ ଆପଣ ଆଖପାଖ ମଣିଷଙ୍କୁ ମଧ୍ୟ ସେହିପରି ମାନିବା କଥା ।’ ରାମୁଙ୍କ ଏହି ଟ୍ବିଟର ଚର୍ଚ୍ଚା ଖୁବ୍ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.