ମୁମ୍ବାଇ: ଜୋରୋସୋରରେ ଚାଲିଛି ସୁଶାନ୍ତ ସିଂ ରାଜପୁତଙ୍କ କେସର ଛାନବିନ । ସିବିଆଇ ଠୁ ନେଇ ଏନସିବି କରୁଛି କଡାକଡି ଯାଞ୍ଚ । ଡ୍ରଗ ଡିଲିଂ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ଏଯାବତ ମୁମ୍ବାଇର ଅନେକ ଡ୍ରଗ ଡିଲରଙ୍କୁ ଗିରଫ କରିସାରିଲାଣି । ଏହି ମାମଲାରେ ସନ୍ଦେହ ଘେରରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି । ଇତିମଧ୍ୟରେ ସିବିଆଇ ଦ୍ବାରା ସୁଶାନ୍ତଙ୍କ ବନ୍ଧୁ ସ୍ମିତା ପାରେଖଙ୍କୁ ଶନିବାର ପଚରାଉଚରା ପାଇଁ ଡିଆରଡିଓ ଗେଷ୍ଟ ହାଉସ ଡକାଯାଇଥିଲା । ଯେଉଁଠାରେ ପହଞ୍ଚିଥିଲେ ସେ । ଆଉ ସେଠାରେ ସିବିଆଇକୁ ବୟାନ ଦେଇ ବାହାରିବା ପରେ ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ଖାସ୍ ବନ୍ଧୁ ସନ୍ଦୀପ ସିଂଙ୍କ ବିଷୟରେ ଖୁଲାସା କରିଥିଲେ ।
ସେ ଜଣାଇଛନ୍ତି ଯେ ହୁଏତଃ ସନ୍ଦୀପଙ୍କୁ ମଧ୍ୟ ଜେରା କରୁଛି ସିବିଆଇ । କାରଣ ସେ ଡିଆରଡିଓ ଗେଷ୍ଟ ହାଉସରେ ତାଙ୍କୁ ଦେଖିଥିଲେ । ସେ ଆହୁରି କରିଥିଲେ ଯେ ଚର୍ଚ୍ଚାରେ ସେ ଥିବା ସେହି ମିଷ୍ଟ୍ରି ଗାର୍ଲଙ୍କୁ ମଧ୍ୟ ସେ ଦେଖିଥିଲେ କିନ୍ତୁ ସମସ୍ତେ ମାସ୍କ ପିନ୍ଧିଥିବାରୁ ତାଙ୍କ ପରିଚୟ ବିଷୟରେ ନିଶ୍ଚିତ ନୁହଁନ୍ତି । ସୁଶାନ୍ତ ଓ ସ୍ମିତା 2017ରୁ ବନ୍ଧୁ ରୂପେ ରହିଆସୁଥିଲେ ।
ପ୍ରକାଶ ଥାଉକି ସନ୍ଦୀପ ପ୍ରଥମ ବ୍ୟକ୍ତି ଥିଲେ ଯିଏ ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ବାସଭବନ ଯାଇଥିଲେ ମୃତଦେହ ଦେଖିବାକୁ । କିଛି ଦିନ ହେବ ତାଙ୍କୁ ନେଇ ଅନେକ ଖୁଲାସା ହୋଇଆସୁଛି । ଯେଉଁଥିରେ କୁହାଯାଇଛି ସେ ସୁଶାନ୍ତଙ୍କ ସହ ଗତ ଏକ ବର୍ଷରୁ ସମ୍ପର୍କରେ ନଥିଲେ ନା କିମ୍ବା ତାଙ୍କୁ କଲ କରିଥିଲେ । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।