ETV Bharat / sitara

ଏବେ ଯେଉଁ ରୋଲ ମିଳିବ ତାହା ସମ୍ପୂର୍ଣ୍ଣ ଭିନ୍ନ ହେବ: ସୋନୁ - ବଲିଉଡରେ ଆଗାମୀ କ୍ୟାରିୟରକୁ ନେଇ ପ୍ରତିକ୍ରିୟା ଦେଲେ ସୋନୁ ସୁଡ

ବଲିଉଡରେ କିପରି ନିଜ ଆଗାମୀ କ୍ୟାରିୟରକୁ ବଢାଇବେ ତାହା ନେଇ ପ୍ରତିକ୍ରିୟା ଦେଇଛନ୍ତି ସୋନୁ । ନିଜ ମହାନତା କାର୍ଯ୍ୟ ପାଇଁ ସମସ୍ତଙ୍କ ଫେଭରେଟ ସାଜିଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
author img

By

Published : Dec 10, 2020, 9:23 AM IST

ମୁମ୍ବାଇ: କୋରୋନା କାଳରେ ଦେଶବାସୀଙ୍କ ଦୂତ ସାଜିଥିବା ଲୋକପ୍ରିୟ ଅଭିନେତା ସୋନୁ ସୁଦ ଏଯାବତ ସମସ୍ତଙ୍କ ସେବାରେ ନିଜକୁ ସକ୍ରିୟ ରଖିଛନ୍ତି । ସେ ସୋସିଆଲ ମିଡିଆରେ ଲୋକଙ୍କ ଦୁଃଖ ଦେଖି ସଙ୍ଗେ ସଙ୍ଗେ ନିଜ ଟିମ ସହ ସାହାଯ୍ୟ କରିବାକୁ ବାହାରି ପଡନ୍ତି । ତାଙ୍କ ଏହି ମହାନତା ପାଇଁ ବ୍ରିଟେନର 2020 ସେଲିବ୍ରିଟି ତାଲିକାରେ ଶୀର୍ଷରେ ରଖାଯାଇଛି । ଫିଲ୍ମରେ ସବୁବେଳେ ଭିଲେନ ସାଜୁଥିବା ସୋନୁ ରିୟଲ ଲାଇଫ ହିରୋ ସାଜିଛନ୍ତି । ଇତିମଧ୍ୟରେ ଫିଲ୍ମ ବିଷୟରେ ଆଲୋଚନା କରିଛନ୍ତି ସେ ।

ଏକ ସାକ୍ଷାତକାରରେ ତାଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେ କିପରି ବଲିଉଡରେ ନିଜ କ୍ୟାରିୟକୁ ବଢାଇବେ । ଏହାର ଜବାବରେ ସେ କହିଥିଲେ, ‘ଫିଲ୍ମରେ ଯେଉଁ ପ୍ରକାରର ଭୂମିକା ଦିଆଯାଇଛି ତାହା ଅଲଗା ଅଟେ । ସେଗୁଡ଼ିକ ଜୀବନଠାରୁ ବଡ଼ ଏବଂ ବାସ୍ତବ ଜୀବନରେ ହିରୋ ଭୂମିକା ଭଳି । ବାସ୍ତବ ଜୀବନରେ ମୁଁ ଯାହା କରିଛି, ମେକର୍ସ ମୋ ସ୍କ୍ରିପ୍ଟରେ ମଧ୍ୟ ରଖିବାକୁ ଚେଷ୍ଟା କରିବେ । ଯାହା ସମ୍ପୂର୍ଣ୍ଣ ଭିନ୍ନ । ମୋତେ ନିଶ୍ଚିତ କରିବାକୁ ପଡିବ ଯେ ମୁଁ ସମସ୍ତଙ୍କ ଆଶା ପୂରଣ କରିବି ଏବଂ ଯାହା ବି କରେ ମୁଁ ତାହା ସହ ନ୍ୟାୟ କରିବି । ସେଠାରେ ବହୁତ ପରିମାଣର ଦାୟିତ୍ବ ଅଛି । ମୁଁ ଜଣେ ଅଭିନେତା ହେବାକୁ ସହରକୁ ଆସିଥିଲି ଏବଂ ମୁଁ ଯାହା ଉପଭୋଗ କରେ ତାହା ସବୁବେଳେ ଜାରି ରଖେ । ଯେଉଁଠାରେ ମତେ ନୂଆ ଭୂମିକା ଏବଂ ନୂଆ କାହାଣୀ ମିଳିବ ।’

ପ୍ରକାଶ ଥାଉକି ଲକଡାଉନ ସମୟରୁ ଏଯାବତ ସୋନୁ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି । ତେବେ ତାହା ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବାଠୁ ହେଉ କିମ୍ବା କାହାକୁ ଘରେ ଛାଡିବାକୁ ହେଉ । ସବୁ କାମରେ ନିଜକୁ ସକ୍ରିୟ ରଖିଛନ୍ତି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.