ETV Bharat / sitara

ଲୋକଙ୍କୁ ସାହାର୍ଯ୍ୟ କରି ମୁଁ ଖୁସି ଅନୁଭବ କରୁଛି: ସୋନୁ

author img

By

Published : Feb 18, 2021, 10:36 AM IST

ସାଇବରାବାଦ ପୋଲିସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୋନୁ ସୁଦ । ଲୋକଙ୍କୁ ସାହାଯ୍ୟ କରି ସେ ଖୁସି ଅନୁଭବ କରୁଥିବା କହିଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦ: ଗତ ବର୍ଷ କୋରୋନା କାଳରେ ଦେଶବାସୀଙ୍କ ଭଗବାନ ସାଜିଥିଲେ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ସେ କ୍ରମାଗତ ଭାବେ ସମସ୍ତଙ୍କୁ ସାହାଯ୍ୟ କରିଥିଲେ । ଏଯାବତ ମଧ୍ୟ ତାଙ୍କ ଏହି ସାହାଯ୍ୟ ଅଭିଯାନ ଶେଷ ହୋଇନାହିଁ । ତାଙ୍କ ଏହି ମହାନତା ପାଇଁ ଆଜି ତାଙ୍କୁ ସବୁ ମହଲରୁ ପ୍ରଶଂସା ମିଳୁଛି। ଇତିମଧ୍ୟରେ ସେ ପୁଣି ଚର୍ଚ୍ଚାରେ ।

କାରଣ ସେ କହିଛନ୍ତି, ‘ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବାରେ ମୁଁ ପାଇଥିବା ସନ୍ତୋଷ ଏବଂ ଆନନ୍ଦ ଅଭିନୟ ସମୟରେ ମୋର ଉତ୍ସାହ ସହିତ ତୁଳନାତ୍ମକ ନୁହେଁ ।’ ହାଇଦ୍ରାବାଦର ଗଚ୍ଛିବୋଲିରେ ସାନ୍ଧ୍ୟା ସମ୍ମିଳନୀରେ ଫ୍ରଣ୍ଟଲାଇନ ଯୋଦ୍ଧା ଏବଂ ପ୍ଲାଜମା ଦାତାମାନଙ୍କ ପାଇଁ ସାଇବରାବାଦ ପୋଲିସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ।

ସେ ଏହି ବିଷୟରେ ଆଲୋଚନା କରି ଆହୁରି କହିଥିଲେ, ‘ମୁଁ ସବୁବେଳେ ମୋର ମ୍ୟାନେଜରଙ୍କୁ କହିଥିଲି ଯେ କୌଣସି କଲ୍‌କୁ ଅଣଦେଖା କର ନାହିଁ । ଏହି ସମୟରେ ଆମେ ସାତ ଲକ୍ଷରୁ ଅଧିକ ଲୋକଙ୍କ ସହିତ ଯୋଡି ହେବାରେ ସକ୍ଷମ ହୋଇଥିଲୁ । ଲକଡାଇନ ସମୟରେ ନିଜ ଘରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଅସୁବିଧା ଅତ୍ୟନ୍ତ ଦୁଃଖଦାୟକ ଥିଲା । ଅନେକ ଲୋକ ସାହାଯ୍ୟ କରିବାକୁ ଇଚ୍ଛୁକ ଥିଲେ ଏବଂ ଆମେ ସେମାନଙ୍କ ସହ ସମନ୍ବୟ ରକ୍ଷା କରିଥିଲୁ । ଲକଡାଉନ ସମୟରେ ପ୍ରାୟ 50 ଲକ୍ଷ ଲୋକ ଚାକିରି ହରାଇଥିଲେ ଏବଂ ଆମେ ଦୁଇ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ପରିଶ୍ରମ କରିଥିଲୁ। ମହାମାରୀ ଆମକୁ ଅନେକ ଶିକ୍ଷା ଦେଇଛି ଏବଂ ଅନେକ ଅବିସ୍ମରଣୀୟ ମୁହୂର୍ତ୍ତ ଛାଡିଛି ।’

ପ୍ରକାଶ ଥାଉକି, ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ମ୍ୟୁଜିକ ନିର୍ଦ୍ଦେଶକ ଅନୁପ ରୁବେନସ ଏବଂ ଗାୟିକା ସ୍ମିତା ମଧ୍ୟ ଯୋଗ ଦେଇଥିଲେ । ସେପଟେ ସାଇବରାବାଦ ସିପି ସାଜାନାର କହିଛନ୍ତି ଯେ, ଲକଡାଉନ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ସୋନୁ ଅନେକ ଲୋକଙ୍କ ପାଇଁ ଏକ ଆଦର୍ଶ ସାଜିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ଏବଂ ସେମାନଙ୍କୁ ରୋଜଗାର ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସେ ସୋନୁଙ୍କ ଉଦ୍ୟମକୁ ପ୍ରଶଂସା କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.