ETV Bharat / sitara

ଭ୍ୟାକ୍ସିନର ମୂଲ୍ୟ ଧାର୍ଯ୍ୟ ଉପରେ ପ୍ରତିକ୍ରିୟା ରଖିଲେ ସୋନୁ-ଫରହାନ - କୋରୋନାର କୋଭିସିଲ୍ଡ ଭ୍ୟାକ୍ସିନର ମୂଲ୍ୟ ଘୋଷଣା

ବୁଧବାର ଏସଆଇଆଇ ତରଫରୁ କୋଭିସିଲ୍ଡ ଭ୍ୟାକ୍ସିନର ମୂଲ୍ୟ ଘୋଷଣା କରାଯାଇଥିଲା । ଯାହା ଉପରେ କ୍ରୋଧିତ ନଜର ଆସୁଛନ୍ତି କିଛି ସେଲିବ୍ରିଟି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 22, 2021, 9:48 AM IST

ମୁମ୍ବାଇ: ବୁଧବାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କୋରୋନାର କୋଭିସିଲ୍ଡ ଭ୍ୟାକ୍ସିନର ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଘୋଷଣାରେ କମ୍ପାନୀ କହିଛି ଯେ ରାଜ୍ୟ ସରକାର 400 ଟଙ୍କା ଦେବେ ଓ ଘରୋଇ ଡାକ୍ତରଖାନାକୁ ଏଥିପାଇଁ 600 ଟଙ୍କା ଦେବାକୁ ପଡିବ। ଏବେ ଏହି ଘୋଷଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ବଲିଉଡର କିଛି ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ସୋନୁ ସୁଦ ଓ ଫରହାନ ଅଖତରଙ୍କ ଭଳି କଳାକାର ।

  • Can a spokesperson for the @SerumInstIndia please help us understand why states should not get Covishield at the same price as the centre?? And if they have issued a statement citing reasons, could someone please share a link re the same. Thank you. pic.twitter.com/J4jnuwBPBy

    — Farhan Akhtar (@FarOutAkhtar) April 21, 2021 " class="align-text-top noRightClick twitterSection" data=" ">

ସୋନୁ ଅନୁଭବ କରନ୍ତି ଯେ କୋଭିଡ ପ୍ରତିଷେଧକ ଟିକା ମାଗଣାରେ ଅଭାବୀ ଲୋକମାନଙ୍କ ପାଇଁ ଉପଲବ୍ଧ ହେବା ଉଚିତ ଏବଂ ମୂଲ୍ୟ ଉପରେ ଏକ କ୍ୟାପ ରହିବା କଥା । ସେହିପରି ସେ ଟ୍ବିଟ କରି ଲେଖିଛନ୍ତି, ‘ପ୍ରତ୍ୟେକ ଅଭାବୀ ଲୋକଙ୍କୁ ମାଗଣାରେ ଟିକା ଯୋଗାଇବା ଦରକାର । ମୂଲ୍ୟ ଉପରେ ଏକ କ୍ୟାପ୍ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କର୍ପୋରେଟ୍ ଏବଂ ବ୍ୟକ୍ତିବିଶେଷ ଯେଉଁମାନେ ସାମର୍ଥ୍ୟ କରିପାରିବେ ସମସ୍ତଙ୍କୁ ଟୀକାକରଣରେ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ପଡିବ। ଏହି ବିଜନେସ ଆଉ କେବେ କରିନେବା । ଏବେ ନୁହେଁ ।’

  • Every needy should get vaccine for free.
    Very important to put a cap on the pricing. Corporates and individuals who can afford should come forward to help everyone get vaccinated.
    धंधा फिर कभी और कर लेंगे। pic.twitter.com/PrPjGpjcdh

    — sonu sood (@SonuSood) April 21, 2021 " class="align-text-top noRightClick twitterSection" data=" ">

ସେହିପରି ଫରହାନ ଟ୍ବିଟରେ ଲେଖିଛନ୍ତି, ‘ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖପାତ୍ର ଦୟାକରି ଆମକୁ ବୁଝାବାରେ ସାହାଯ୍ୟ କରିପାରିବେ କି କାହିଁକି ରାଜ୍ୟଗୁଡ଼ିକ ସମାନ ମୂଲ୍ୟରେ କୋଭିସିଲ୍ଡ ପାଇବା ଉଚିତ ନୁହେଁ ? ଏବଂ ଯଦି ସେମାନେ କାରଣ ଦର୍ଶାଇ ଏକ ବିବୃତ୍ତି ପ୍ରଦାନ କରିଛନ୍ତି, ଦୟାକରି କେହି ଏକ ଲିଙ୍କ୍ ଅଂଶୀଦାର କରିପାରିବେ କି ?’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.