ETV Bharat / sitara

ଦେଶକୁ ଅକ୍ସିଜେନ ଦେଲେ ସୋନୁ, କହିଲେ ଭାରତ ରହୁ ମଜବୁତ

author img

By

Published : May 7, 2021, 7:37 AM IST

ପୁଣି ସୋନୁଙ୍କ ମହାନତା । ଏଥର ଦାନ କଲେ ଅକ୍ସିଜେନ । ଭିଡିଓ ସେୟାର କରି ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୋରୋନାର ବଢୁଥିବା ପରିସ୍ଥିତି ଦେଶ ଭିତରେ ଏକ ଭୟାନକ ଦୃଶ୍ୟ ସୃଷ୍ଟି କରୁଛି । ହସ୍ପିଟାଲରେ ରୋଗୀଙ୍କୁ ବେଡ, ଅକ୍ସିଜେନ ଓ ମେଡିସିନ ମିଳିବାରେ ଅସୁବିଧା ହେଉଛି । ଅକ୍ସିଜେନ ଅଭାବରୁ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଗଲା । ଏମିତି ପରିସ୍ଥିତିରେ ବଲିଉଡ ସେଲିବ୍ରିଟି ଯାହା ସମ୍ଭବ ତାହା କରୁଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ସୋନୁ ସୁଦ । ସେ ଗତ ବର୍ଷରୁ ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଆସୁଛନ୍ତି । ହେଲେ ଏଥର ସେ ଲୋକଙ୍କୁ ଅକ୍ସିଜେନ ଯୋଗାଉଛନ୍ତି । କାରଣ ଆରମ୍ଭ ହୋଇଯାଇଛି ତାଙ୍କ ଅକ୍ସିଜେନ ଦାନ କରିବା ପ୍ରକ୍ରିୟା ।

ସେହିପରି ଏହାର ସୂଚନା ଦେଇ ସେ ଟ୍ବିଟରରେ ଅକ୍ସିଜେନ ଟ୍ରକର ଭିଡିଓ ସେୟାର କରି ଲେଖିଛନ୍ତି, ‘ଆପଣଙ୍କ ପାଇଁ ମୋ ତରଫରୁ ଅକ୍ସିଜେନ । ଭାରତ ସବୁବେଳେ ମଜବୁତ ରହୁ । ’

ପ୍ରକାଶ ଥାଉକି ନିକଟରେ ସୋନୁ ସରକାରଙ୍କୁ କୋରୋନାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଅନ୍ତିମ ସଂସ୍କାର ମାଗଣାରେ କରିବାକୁ ଅନୁରୋଧ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.