ETV Bharat / sitara

ଶାହିଦଙ୍କ ହାତରେ ଲାଗିଲା ଆକ୍ସନ ଫିଲ୍ମ

ଏବେ ନିଜ ଅପକମିଂ ଫିଲ୍ମ ‘ଜର୍ସି’କୁ ନେଇ ଚର୍ଚ୍ଚାରେ ଶାହିଦ କପୁର। ଗତ ବର୍ଷ ବକ୍ସ ଅଫିସକୁ ବ୍ଲକବଷ୍ଟର ଫିଲ୍ମ ‘କବୀର ସିଂ’ ଦେଇଥିଲେ ସେ।

author img

By

Published : Mar 27, 2020, 12:59 PM IST

shahid kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁର ଖୁବଶୀଘ୍ର ଚର୍ଚ୍ଚିତ ଫିଲ୍ମ ‘ଜର୍ସି’ ନେଇ ପରଦାକୁ ଫେରିବେ। ଦର୍ଶକଙ୍କ ମଧ୍ୟ ତାଙ୍କ ଏହି ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ। କ୍ରିକେଟର ପୃଷ୍ଠଭୂମି ଉପରେ ଆଧାରିତ ‘ଜର୍ସି’। ଇତିମଧ୍ୟରେ ତାଙ୍କୁ ଫ୍ୟାନ୍ସଙ୍କୁ ମିଳିଛି ଏକ ଗୁଡନ୍ୟୁଜ। ଆଜ୍ଞା ହଁ ‘ଜର୍ସି’ ବ୍ୟତୀତ ଶାହିଦ ଜଲଦି ଏକ ଆକ୍ସନ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଏହାର ଖୁଲାସା ସେ ନିଜେ ସୋସିଆଲ ମିଡିଆରେ କରିଛନ୍ତି।

ସେ ନିକଟରେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ପ୍ରଶ୍ନ-ଉତ୍ତର ସେଶନରେ କଥାବାର୍ତ୍ତା କରିଥିଲେ। ଆଉ ଏଥିରେ ଖୁଲାସା କରିଥିଲେ ଯେ ‘ଜର୍ସି’ର ସୁଟିଂ ପରେ ଏକ ଆକ୍ସନ ଫିଲ୍ମର କାମ ଆରମ୍ଭ କରିବେ।

ପ୍ରକାଶ ଥାଉକି ‘ଜର୍ସି’ ଫିଲ୍ମ ତେଲୁଗୁର ସୁପରହିଟ୍ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ। ଏହାପୂର୍ବରୁ ମଧ୍ୟ ଶାହିଦ ବିଜୟ ଦେବରକୋଣ୍ଡାଙ୍କ ବ୍ଲକବଷ୍ଟର ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ହିନ୍ଦୀ ରିମେକ ‘କବୀର ସିଂ’ରେ ନଜର ଆସିଥିଲେ। ଯାହା ବିଶ୍ବସ୍ତରରେ 350 କୋଟିରୁ ଅଧିକ କଲେକ୍ସନ କରି ଖୁବ୍ ସଫଳତା ଅର୍ଜନ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.