ETV Bharat / sitara

ରଣବୀରଙ୍କ ବଡି ଟ୍ରାନ୍ସଫର୍ମ, କମେଣ୍ଟ କଲେ ଟାଇଗର

author img

By

Published : Aug 6, 2020, 6:57 PM IST

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ରଣବୀରଙ୍କ ନୂଆ ଅବତାର । ସୁପରଫିଟ୍ ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ଦୀର୍ଘ ସମୟରୁ ନିଜ ଆଗାମୀ ଫିଲ୍ମ ‘83’କୁ ନେଇ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ରଣବୀର ସିଂ। ଏହି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମରେ ରଣବୀର କ୍ରିକେଟ ଲେଜେଣ୍ଡ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ । ହେଲେ ଏବେ ସେ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ଆସିଛନ୍ତି । ଆଜ୍ଞା ହଁ, ଲକଡାଉନ ପାଇଁ ଗତ 4 ମାସରୁ ଘରେ ବନ୍ଦ ଅଛନ୍ତି ସେ। ଯାହା ପାଇଁ ତାଙ୍କ ପୁରା ଲୁକ ପରିବର୍ତ୍ତନ ହୋଇଯାଇଛି । ତାଙ୍କ ବଡି ଟ୍ରାନ୍ସଫର୍ମ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ନୂଆ ଅବତାର ସହ ସେ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ମଜାଦାର କଥା ହେଲା ଯେ ତାଙ୍କ ବଡି ଦେଖି କମେଣ୍ଟ କରିଛନ୍ତି ଆକ୍ସନ ହିରୋ ଟାଇଗର ଶ୍ରଫ ।

ରଣବୀର ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ସେ ସୁପରଫିଟ୍ ନଜର ଆସୁଛନ୍ତି । ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରହୁଥିବା ଟାଇଗର ତାଙ୍କ ଫଟୋରେ ଫାୟର ଇମୋଜି ପୋଷ୍ଟ କରିଛନ୍ତି । ଆପଣ ବି ଦେଖନ୍ତୁ ଫଟୋ...

ଯଦି କଥା ହେବା ‘83’ ଫିଲ୍ମ ବିଷୟରେ ତେବେ ରଣବୀରଙ୍କ ସହ ତାଙ୍କ ପତ୍ନୀ, ଅଭିନେତ୍ରୀ ଦୀପିକା ପୋଦୁକୋନ ନଜର ଆସିବେ । କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ 1983ରେ ଭାରତ କ୍ରିକେଟ ଟିମ ଜିତିଥିବା ପ୍ରଥମ ବିଶ୍ବକପକୁ ନେଇ ଆଧାରିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.