ମୁମ୍ବାଇ: 70-80 ଦଶକ ଫେମସ ଖଳନାୟକ ରଞ୍ଜିତ ବର୍ତ୍ତମାନ ଚର୍ଚ୍ଚାରେ। ସେ ଏବେ ବଲିଉଡ ଉପରେ ଲାଗିଥିବା ପକ୍ଷପାତ, ବଂଶବାଦ ଭଳି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ନିଜ ଦୁଃଖ ବଖାଣିଛନ୍ତି । ତାଙ୍କ ଅନୁୟାୟୀ ବଂଶବାଦ ଇଣ୍ଡଷ୍ଟ୍ରିରୁ ଦୀର୍ଘ ସମୟରୁ ଅଂଶ ହୋଇ ରହିଛି। ଏହାର ଖୁଲାସା ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ।
ଯେଉଁଥିରେ ସେ ଜଣାଇଥିଲେ ଯେ ହିନ୍ଦୀ ସିନେମାର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ‘ସୋଲେ’ ତାଙ୍କୁ ଏକ ରୋଲ ଅଫର ହୋଇଥିଲା । ହେଲେ ସେ ରୋଲ ତାଙ୍କ ଠୁ ଛଡାଇ ନେଇ ଅନ୍ୟ କଳାକାରଙ୍କୁ ଦିଆଯାଇଥିଲା । କାରଣ ତାଙ୍କ ସମୟରେ ମଧ୍ୟ ବଲିଉଡରେ ପରିବାରବାଦ ଦେଖିବାକୁ ମିଳୁଥିଲା। ବଂଶବାଦ ପାଇଁ ସେ ମଧ୍ୟ ଅନେକ ସଂଘର୍ଷ କରିଥିଲେ । ସେହିପରି ଫିଲ୍ମ ‘ସିଲସିଲା’ରେ ପରୱିନ ବାବିଙ୍କୁ ଏକ ଭୂମିକା ଅଫର ହୋଇଥିଲା, ହେଲେ ସେହି ଭୂମିକାରେ ନିର୍ମାତାଙ୍କୁ ଜୟା ବଚ୍ଚନ ପରଫେକ୍ଟ ଲାଗିଥିଲେ। ଯାହାଦ୍ବାରା ପରୱିନଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଥିଲା।
ପ୍ରକାଶ ଥାଉକି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ଉପରେ ଫ୍ୟାନ୍ସଙ୍କ ସହ କିଛି ସେଲିବ୍ରିଟି ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଭଳି ଅଭିଯୋଗ ଲଗାଇଛନ୍ତି । ଅନେକ ସେଲିବ୍ରିଟି ବଲିଉଡରେ ସହିଥିବା ଯନ୍ତ୍ରଣା ବିଷୟରେ ମଧ୍ୟ ଆଲୋଚନା କରି ଚର୍ଚ୍ଚାରେ। ଏହି କ୍ରମରେ ସାମିଲ ଅଛନ୍ତି କଙ୍ଗନା ରଣାୱତ ଭଳି ଅଭିନେତ୍ରୀ।