ETV Bharat / sitara

‘ହିଟ’ରେ ହଙ୍ଗାମା କରିବେ ରାଜକୁମାର

ଏଥର ପୋଲିସ ହୋଇ ଅପରାଧୀ ଗ୍ୟାଙ୍ଗକୁ ନଷ୍ଟ କରିବେ ରାଜକୁମାର ରାଓ । ତେଲୁଗୁ ବ୍ଲକବଷ୍ଟର ଫିଲ୍ମର ହିନ୍ଦୀ ରିମେକରେ ଆସିବେ ନଜର।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 15, 2020, 5:09 PM IST

ମୁମ୍ବାଇ: ପପୁଲାର ଆକ୍ଟର ରାଜକୁମାର ରାଓଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । କାରଣ ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା । ତାଙ୍କ ହାତରେ ଲାଗିଛି ନୂଆ ଫିଲ୍ମ । ସେ ଖୁବଶୀଘ୍ର ତେଲୁଗୁ ସୁପରହିଟ୍ ଫିଲ୍ମ ‘ହିଟ୍’( ହୋମିସାଇଡ ଇଣ୍ଟରଭେସନ୍ସ ଟିମ)ରେ ନଜର ଆସିବେ। ଯେଉଁଥିରେ ସେ ଜଣେ ପୋଲିସ ଅଫିସର ଭୂମିକାରେ ଦେଖାଯିବେ।

ଫିଲ୍ମରେ ପୋଲିସ ଅଫିସର ଜୀବନ କାହାଣୀ ଦେଖିବାକୁ ମିଳିବ। ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଶୈଲେଶ କୋଲାନୁ। ଏହାର ତେଲୁଗୁ ଭର୍ସନ ମଧ୍ୟ ସେ ନିର୍ଦ୍ଦେଶନା କରିଥିଲେ।

ଏହି ଅବସରରେ ରାଜକୁମାର କହିଛନ୍ତି, ‘ଯେବେ ମୁଁ ହିଟ୍ ଫିଲ୍ମର କାହାଣୀ ଦେଖିଲି, ସଙ୍ଗେ ସଙ୍ଗେ ଫିଲ୍ମ ପାଇଁ ରାଜି ହୋଇଗଲି । ଏହା ଏକ ଦମଦାର କାହାଣୀ। । ଯେଉଁଥିରେ ମହିଳାଙ୍କ କାହାଣୀ ଦେଖିବାକୁ ମିଳିବ। ଜଣେ ଅଭିନେତା ରୂପେ ମୁଁ ଏପରି ଭୂମିକାରେ ସବୁବେଳେ କାମ କରିବାକୁ ଚାହୁଁଥିଲି। ଯାହା ହିଟ୍ ମତେ ସୁଯୋଗ ଦେଇଛି।’

ସେପଟେ ନିର୍ଦ୍ଦେଶକ ଶୈଲେଶ କହିଛନ୍ତି ଯେ, ‘ହିଟ୍ ପାଇଁ ଆମେ ଏମିତି ଆକ୍ଟରଙ୍କୁ କାଷ୍ଟ କରିବାକୁ ଚାହୁଁଥିଲୁ ଯିଏ ଏହି ଭୂମିକା ସହ ନ୍ୟାୟ କରିପାରିବ। ଆଉ ରାଜକୁମାର ଏହି ରୋଲକୁ ପରଫେକ୍ଟ କରିବେ ବୋଲି ଆଶା ଅଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.