ETV Bharat / sitara

ଗାର୍ଲଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ହେଲେ ରାଜକୁମାର, ମଜାଦାର କମେଣ୍ଟ କଲେ ଦେଶୀ ଗାର୍ଲ

author img

By

Published : Nov 27, 2020, 2:09 PM IST

ଭାଇରାଲ ହେଉଛି ରାଜକୁମାର ଓ ପତ୍ରଲେଖାଙ୍କ ନୂଆ ଫଟୋ । ପରସ୍ପରକୁ ଅନାଇ ବସିଛନ୍ତି ଏହି ଯୋଡି । ଫ୍ୟାନ୍ସଙ୍କ ସହ କମେଣ୍ଟ କଲେ ପ୍ରିୟଙ୍କା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ରାଜକୁମାର ରାଓ ଓ ପ୍ରିୟଙ୍କା ଚୋପ୍ରା ନେଟଫ୍ଲିକ୍ସର ଆଗାମୀ ଫିଲ୍ମ ‘ଦ ହ୍ବାଇଟ ଟାଇଗ’ରେ ନଜର ଆସିବେ । ନିକଟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଧନୀ, ଗରିବ ମଧ୍ୟରେ ଥିବା ପାର୍ଥକ୍ୟ । ହେଲେ ଇତିମଧ୍ୟରେ ରାଜକୁମାରଙ୍କ ସୋସିଆଲ ମିଡିଆ ପୋଷ୍ଟରେ କମେଣ୍ଟ କରି ଚର୍ଚ୍ଚାରେ ପିସି । ବର୍ତ୍ତମାନ ଭାଇରାଲ ହେଉଛି ରାଜକୁମାରଙ୍କ ଏହି ପୋଷ୍ଟ ।

କଥାଟି ହେଲା ଯେ ରାଜକୁମାର ନିଜ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ପତ୍ରଲେଖାଙ୍କ ସହ ଏକ ରୋମାଣ୍ଟିକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ଏହି ଯୋଡି ପରସ୍ପରକୁ ଅନାଇ ବସିଛନ୍ତି । ତାଙ୍କ ଏହି ଫଟୋରେ କମେଣ୍ଟ କରି ପ୍ରିୟଙ୍କା ଲେଖିଛନ୍ତି, ‘କ୍ୟୁଟିଜ୍ ।’

ପ୍ରକାଶ ଥାଉକି ପ୍ରିୟଙ୍କା ବ୍ୟାକ ଟୁ ବ୍ୟାକ ହଲିଉଡ ଫିଲ୍ମ ନେଇ ଫେରିବେ । ସେପଟେ ରାଜକୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ଛଲାଙ୍ଗ’ ନିକଟରେ ରିଲିଜ ହୋଇଥିଲା । ଯେଉଁଥିରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ନୁସରତ ଭରୁଚା । ହସଂଲ ମହେତାଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.