ETV Bharat / sitara

ଦର୍ଶକ ପସନ୍ଦ କରନ୍ତି ସଂଘର୍ଷମୟ କାହାଣୀ: ରାଜକୁମାର ରାଓ

author img

By

Published : Nov 3, 2020, 11:49 AM IST

ଆସନ୍ତା 13 ତାରିଖରେ ରିଲିଜ ହେବାକୁ ଯାଉଛି ହଂସଲଙ୍କ ଫିଲ୍ମ ‘ଛଲାଙ୍ଗ’ । ଦର୍ଶକଙ୍କ ପସନ୍ଦ ନା ପସନ୍ଦ ବିଷୟରେ କହି ଚର୍ଚ୍ଚାରେ ରାଜକୁମାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ନିଜ ଦମଦାର ଅଭିନୟ ନେଇ ଫିଲ୍ମ ‘ଛଲାଙ୍ଗ’ରେ ନଜର ଆସିବେ । ଓଟିଟି ପ୍ଲାଟଫର୍ମରେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ । ପ୍ରଥମଥର ତାଙ୍କ ସହ ପରଦାରେ ରୋମାନ୍ସ କରିବେ ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚା । ହଂସଲ ମେହତାଙ୍କ ଏହି ଫିଲ୍ମରେ ରାଜକୁମାର ଜଣେ ପିଟି ଶିକ୍ଷକ ଅବତାରରେ ଅଭିନୟ କରୁଛନ୍ତି । ଇତିମଧ୍ୟରେ ସେ ଫିଲ୍ମକୁ ନେଇ ସେୟାର କରିଛନ୍ତି ଖାସ୍ କଥା ।

ଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଛନ୍ତି, ‘ମୁଁ ଆଶା କରୁଛି ଯେ ଦର୍ଶକଙ୍କୁ ଏହି ଫିଲ୍ମ ପସନ୍ଦ ଆସିବ। କାରଣ ଦର୍ଶକ ସଂଘର୍ଷମୟ କାହାଣୀ ପରଦାରେ ଦେଖିବାକୁ ପସନ୍ଦ କରନ୍ତି । ସେମାନେ ଫିଲ୍ମର ଚରିତ୍ର ସହ ନିଜକୁ ଦେଖନ୍ତି । ସବୁବେଳେ ଭାବନ୍ତି ଯେମିତି ସେମାନଙ୍କ ଜୀବନ କାହାଣୀ ପରଦାରେ ଦେଖୁଛନ୍ତି । ବେଳେବେଳେ, ବହୁତ ଛୋଟ ଜିନିଷ ଅଛି ଯାହାକୁ ଆପଣ ହାସିଲ କରିବାକୁ ଚାହାଁନ୍ତି ଏବଂ ଯେତେବେଳେ ଆପଣ ତାହା କରନ୍ତି, ତେବେ ଆପଣ ଅନୁଭବ କରନ୍ତି ଯେ ଏକ ବଡ଼ ଲକ୍ଷ୍ୟ ଅଛି । କିନ୍ତୁ ସେହି ଛୋଟ ଆକାଂକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଟେ।’

ପ୍ରକାଶ ଥାଉକି ‘ଛଲାଙ୍ଗ’ର ଜବରଦସ୍ତ କାହାଣୀ ଲେଖିଛନ୍ତି ଲଭ ରଞ୍ଜନ । ଆସନ୍ତା 13 ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ଫିଲ୍ମ । ସେହିପରି ହଂସଲଙ୍କ ସହ ରାଜକୁମାରଙ୍କ ଏହା 6 ନମ୍ବର ଫିଲ୍ମ । ଏହାପୂର୍ବରୁ ଏହି ଯୋଡି ବଲିଉଡକୁ ଦେଇସାରିଛନ୍ତି ଅନେକ ସଫଳ ଫିଲ୍ମ । ଏହି କ୍ରମରେ ସାମିଲ ଅଛି ‘ଶାହିଦ’, ‘ସିଟିଲାଇଟ୍ସ’, ‘ଆଲିଗଡ’ ଓ ‘ଓର୍ମେତା’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.