ETV Bharat / sitara

ଖବରକାଗଜରୁ ସକାଳ ଆରମ୍ଭ କରନ୍ତି ରାଜକୁମାର

author img

By

Published : Dec 2, 2020, 2:03 PM IST

ଖବରକାଗଜ ପଢି ନିଜ ସକାଳୁ ତାଜା କରନ୍ତି ରାଜକୁମାର । ସେ ସର୍ବଦା ଖବରକାଗଜ ଉପରେ ବିଶ୍ବାସ ରଖନ୍ତି ବୋଲି ନିକଟରେ ଜଣାଇଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଜକୁମାର ରାଓ

ମୁମ୍ବାଇ: ନିକଟରେ ଲୋକପ୍ରିୟ ଅଭିନେତା ରାଜକୁମାର ରାଓଙ୍କ ଫିଲ୍ମ ‘ଛଲାଙ୍ଗ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ନିର୍ଦ୍ଦେଶକ ହଂସଲ ମହେତାଙ୍କ ଏହି ଫିଲ୍ମରେ ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚା ନଜର ଆସିଥିଲେ । ବର୍ତ୍ତମାନ ନିଜ ଅପକମିଂ ଫିଲ୍ମକୁ ନେଇ ବ୍ୟସ୍ତ ଥିବା ରାଜକୁମାର ସବୁ ସକାଳେ କିପରି ନିଜ ଦିନ ଆରମ୍ଭ କରନ୍ତି ହୁଏତଃ ତାଙ୍କ ଫ୍ୟାନ୍ସଙ୍କୁ ଜଣାନାହିଁ । ତେବେ ଜଣାଇ ଦେଉଛୁ ଯେ ରାଜକୁମାରଙ୍କ ସକାଳ ଖବରକାଗଜ ପଢିବାରୁ ଆରମ୍ଭ ହୁଏ । ସେ ସବୁ ସକାଳେ ଚା' କିମ୍ବା କଫି ପିଇବା ସହ ଖବର କାଗଜ ପଢିବାକୁ ଭଲ ପାଆନ୍ତି ।

ଆଜ୍ଞା ହଁ, ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଏହାର ଖୁଲାସା କରିଥିଲେ । ଆଉ କହିଥିଲେ, ‘ମୁଁ ଏକ ମିଳିତ ପରିବାରରେ ବଢିଥିଲି । ତେଣୁ, ମୁଁ ପିଲାଦିନୁ ବାପା, ଜେଜେବାପା ଏବଂ ସମସ୍ତଙ୍କୁ ସକାଳୁ ଖବରକାଗଜ ପଢୁଥିବାର ଦେଖିଥିଲି । ଆଉ ସେହି ସମୟରୁ ମୁଁ ଶିଖିଛି ସକାଳୁ ଉଠିବା ମାତ୍ରେ ଖବରକାଗଜ ନିହାତି ପଢିବା ଦରକାର । ଯାଦ୍ବାରା ଆପଣ ଦେଶ-ବିଦେଶର ଖବର ଜାଣିପାରିବେ । ଏଥିପାଇଁ ମୁଁ ସବୁବେଳେ ଖବରକାଗଜ ଉପରେ ଅଧିକ ବିଶ୍ବାସ କରେ । ଯାହା ମତେ ସବୁବେଳେ ତାଜା ଖବର ଦିଏ ।’

ଯଦି ରାଜକୁମାରଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଜାହ୍ନବୀ କପୁରଙ୍କ ସହ ‘ରୁହି ଅଫଜାନା’ରେ ନଜର ଆସିବେ । ଏହା ଏକ କମେଡି ଡ୍ରାମା ଫିଲ୍ମ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ହାର୍ଦ୍ଧିକ ମେହତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.