ETV Bharat / sitara

ଦେଶବାସୀଙ୍କୁ ପରେଶଙ୍କ ଖାସ୍ ଅପିଲ - ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ପରେଶ ରାୱଲ

ନୂଆ ଟ୍ବିଟକୁ ନେଇ ଚର୍ଚ୍ଚାରେ ପରେଶ ରାୱଲ । ଏଥର ସେ ପ୍ରକୃତ ହିରୋଙ୍କ କଥା ସମସ୍ତଙ୍କୁ ବୁଝାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପରେଶ ରାୱଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପରେଶ ରାୱଲ
author img

By

Published : Jun 23, 2020, 3:35 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ତଥା ନେତା ପରେଶ ରାୱଲ ସେହି ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଯିଏ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ସେ ପ୍ରାୟତଃ ସାମାଜିକ, ରାଜନୈତିକ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ମଧ୍ୟ ରଖୁଥିବାର ନଜର ଆସନ୍ତି । ହେଲେ ଏଥର ସେ ନିଜ ଫ୍ୟାନ୍ସ ଓ ଦେଶବାସୀଙ୍କୁ ଖାସ୍ ଅପିଲ କରି ଚର୍ଚ୍ଚାରେ ।

  • We Should Start Calling Actors As 'Entertainers' And Our Army & Police As 'Heroes' for Our Next Generation To Know The Actual Meaning Of Real Heroes !!!

    — Paresh Rawal (@SirPareshRawal) June 23, 2020 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ ପରେଶ ଟ୍ବିଟରରେ ଲୋକଙ୍କୁ ଅପିଲ କରିଛନ୍ତି ଯେ ମନୋରଞ୍ଜନର ପରଦାରେ ନଜର ଆସୁଥିବା କଳାକାରଙ୍କୁ ଏଣ୍ଟରଟେନର କହିବା କଥା । ଆଉ ଆମ ପୋଲିସ ଓ ସେନାଙ୍କୁ ପ୍ରକୃତ ହିରୋ କୁହାଯିବା କଥା ।

ପରେଶ ପୋଲିସ ଓ ସେନାଙ୍କୁ ନେଇ ଏମିତି ପ୍ରତିକ୍ରିୟା ଏଥି ନିମନ୍ତେ ଦେଇଛନ୍ତି ଯେ ନିକଟରେ ଚୀନ-ଭାରତ ସହ ସୀମା ବିବାଦରେ ହୋଇଥିବା ଲଢେଇରେ ଦେଶର 20 ଯବାନ ଶହୀଦ ହୋଇଛନ୍ତି । ସେହିପରି କୋରୋନା ସଙ୍କଟରେ ପୋଲିସ ଦେଶବାସୀଙ୍କ ପାଇଁ କ୍ରମାଗତ ଭାବେ କାମ କରିଆସୁଛନ୍ତି ।

ଏହାକୁ ଆଧାର କରି ସେ ଟ୍ବିଟରେ ଲେଖିଛନ୍ତି, ‘ଆମେ କଳାକାରଙ୍କୁ ଏଣ୍ଟରଟେନର କହିବା ଆରମ୍ଭ କରିଦେବା କଥା । ଆଉ ପୋଲିସ ଓ ସେନାଙ୍କୁ ହିରୋ । କାରଣ ଆଗାମୀ ପିଢି ବାସ୍ତବରେ ପ୍ରକୃତ ହିରୋର ଅର୍ଥ ଜଣାପାରିବେ ।’ ବର୍ତ୍ତମାନ ତାଙ୍କର ଏହି ଟ୍ବିଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.