ETV Bharat / sitara

ପ୍ରିୟଙ୍କା ଗାନ୍ଧୀଙ୍କୁ କଟାକ୍ଷ କରି ଚର୍ଚ୍ଚାରେ ପରେଶ ରାୱଲ - ଫେମସ ଅଭିନେତା ପରେଶ ରାୱଲଙ୍କ ଟ୍ବିଟ ଭାଇରାଲ

ବର୍ତ୍ତମାନ ନିଜର ଏକ ଟ୍ବିଟକୁ ନେଇ ଚର୍ଚ୍ଚାରେ ପରେଶ ରାୱଲ । ଏଥର ସେ ପ୍ରିୟଙ୍କାଙ୍କ ଉପରେ ଟ୍ବିଟ କରିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 3, 2020, 2:08 PM IST

ମୁମ୍ବାଇ: ଫେମସ ଅଭିନେତା ଓ ନେତା ପରେଶ ରାୱଲ ସବୁ ସମାଜିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ପ୍ରାୟତଃ ନିଜର ପ୍ରତିକ୍ରିୟା ରଖନ୍ତି । ସେହିପରି ସେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ । ଇତିମଧ୍ୟରେ ସେ ନିଜର ଏକ ବୟାନ ପାଇଁ ଚର୍ଚ୍ଚାରେ । ସେ ପରୋକ୍ଷ ଭାବେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ।

ସେ ଟ୍ବିଟରେ ଲେଖିଛନ୍ତି, ‘ମାଗଣା ବଙ୍ଗଳାରେ ରହି ନାତୁଣୀ ଜେଜେମା'ଙ୍କ ନାକ କାଟି ଦେଲେ ।’ ବର୍ତ୍ତମାନ ତାଙ୍କର ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ପରେଶ ଏମିତି କାହିଁକି କହିଛନ୍ତି ।

  • मुफ़्त के बंगले में रहेकर पोती ने दादी की नाक कटवा दी !

    — Paresh Rawal (@SirPareshRawal) July 2, 2020 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ ପ୍ରିୟଙ୍କାଙ୍କୁ ମାସେ ମଧ୍ୟରେ ସରକାରୀ ଗୃହ ଖାଲି କରିବାକୁ ଗୃହ ଓ ନଗର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରାଳୟ ଦ୍ବାରା ପଠାଯାଇଥିବା ଚିଠିରେ କୁହାଯାଇଛି ଯେ ପ୍ରିୟଙ୍କାଙ୍କ ଏସପିଜି ଓ ଜେଡ ପ୍ଲସ ସୁରକ୍ଷା ହଟିବା ପରେ ସେ ଦିଲ୍ଲୀର ଲୋଦି ରୋଡ ବଙ୍ଗଳାରେ ରହିବାକୁ ଯୋଗ୍ୟ ନୁହନ୍ତି । ତେଣୁ ତାଙ୍କୁ ଏହି ବଙ୍ଗଳା ଖାଲି କରିବାକୁ ପଡିବ ।

ସରକାରଙ୍କ ଏହି ନଷ୍ପତ୍ତିର ବିରୋଧ କରୁଛି କଂଗ୍ରେସ । ଅନେକ ବଡ ନେତା ବିଜେପି ସରକାର ଖରାପ ରାଜନୀତି କରୁଥିବାର ଅଭିଯୋଗ ଲଗାଇଛନ୍ତି । ଆଉ ଦାବି କରୁଛନ୍ତି ଯେ ପ୍ରିୟଙ୍କାଙ୍କ ଠାରୁ ସରକାରୀ ଗୃହରୁ ବାହାର ନକରି ତାଙ୍କୁ ସେହିଠାରେ ରହିବାକୁ ଦିଆଯାଉ ।

ଏଥି ନିମନ୍ତେ ପରେଶ ଏପରି ଟ୍ବିଟ କରିଛନ୍ତି । ପ୍ରକାଶ ଥାଉକି ପରେଶ ସବୁବେଳେ କଂଗ୍ରେସକୁ ଟାର୍ଗେଟ କରୁଥିବାର ଦେଖାଯାଆନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.