ମୁମ୍ବାଇ: ପପୁଲାର ଆକ୍ଟର ମହମ୍ମଦ ଜୀଶାନ ଆୟୁବଙ୍କ ଅପକମିଂ ଡ୍ରାକ କମେଡି ୱେବ ସିରିଜ ‘ଏ ସିମ୍ପଲ ମର୍ଡରକୁ ନେଇ ଉତ୍ସାହିତ ଦର୍ଶକ । ସବୁବେଳେ ଦମଦାର ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣୁଥିବା ଜୀଶାନ ସିରିଜରେ ନିଜ ରୋଲ ବିଷୟରେ ଆଲୋଚନା କରିଛନ୍ତି । ଯାହା ତାଙ୍କୁ ନୂତନ ଭାବନା ଅନୁସନ୍ଧାନ କରିବାର ସୁଯୋଗ ଦେଇଛି ଏବଂ ସେ ଏହି ପ୍ରକ୍ରିୟାକୁ ଉପଭୋଗ କରିପାରିଛନ୍ତି ବୋଲି ଜଣାଇଛନ୍ତି ।
ଆଉ କହିଛନ୍ତି, ‘ମନୀଷଙ୍କ ଭୂମିକା ପ୍ଲେ କରିବା ମୋ ପାଇଁ ନିଶ୍ଚିତ ଭାବରେ ନୂଆ ଏବଂ ରୋମାଞ୍ଚକର ଥିଲା । ସେ ହେଉଛନ୍ତି ଜଣେ ଏମିତି ବ୍ୟକ୍ତି ଯିଏ ଆତ୍ମବିଶ୍ବସରେ ନିଜ ଜୀବନ ଯାତ୍ରା ସମୟରେ ସମ୍ମାନ ଏବଂ ସମ୍ମାନର ଭାବନା ପାଇବାକୁ ନିରନ୍ତର ଚେଷ୍ଟା କରୁଛନ୍ତି । ଏହି ଭୂମିକା ମୋତେ ନୂଆ ଅଭିନୟ କରିବାକୁ ସୁଯୋଗ ଦେଇଥିଲା, ଯାହା ମୁଁ ପୂର୍ବରୁ କେବେ ମଧ୍ୟ କରିନଥିଲି । ମୁଁ ଏଥରେ କାମ କରିବା ସମୟରେ ବହୁତ ମଜା ମଧ୍ୟ କରିଛି । ମୁଁ ଆଶା କରୁଛି ଯେ ଦର୍ଶକଙ୍କୁ ମୋର ଏହି ଭୂମିକା ପସନ୍ଦ ଆସିବ ବୋଲି ।’
ଜୀଶାନଙ୍କ ବ୍ୟତୀତ ଅଭିନେତା ସୁଶାନ୍ତ ସିଂ ମଧ୍ୟ ଏହି ସିରିଜରେ ନଜର ଆସିବେ । ନିଜ ରୋଲ ବିଷୟରେ ଆଲୋଚନା କରି ସେ କହିଛନ୍ତି, ‘ମୁଁ ସବୁବେଳେ ଭୂମିକାରେ ଭଲ ଅଭିନୟ କରିବା ଉପରେ ବିଶ୍ବାସ କରେ । ଯାହା କାହାଣୀରେ ମୂଲ୍ୟ ଯୋଗ କରେ ଏବଂ ମୋତେ ଜଣେ ଅଭିନେତା ଭାବରେ ମୋ ଭିତରେ ଏକ ସୂକ୍ଷ୍ମ ଆବିଷ୍କାର କରିବାକୁ ସକ୍ଷମ କରେ | ଏ ସିମ୍ପଲ ମର୍ଡରର ଦ୍ରୁତ ଗତିଶୀଳ ସ୍କ୍ରିପ୍ଟ ମତେ ବହୁତ ପସନ୍ଦ ଆସିଛି । ଏହି ସିରିଜ ମତେ ଦକ୍ଷ ଅଭିନେତାଙ୍କ ସହିତ କାମ କରିବାର ସୁଯୋଗ ଦେଇଛି, ଯାହାକୁ ନେଇ ମୁଁ ଖୁସି ।
ପ୍ରକାଶ ଥାଉକି ଏହି ସିରିଜ ଆଜି (ଶୁକ୍ରବାର) ଓଟିଟି ପ୍ଲାଟଫର୍ମ ସୋନିଲିଭରେ ଷ୍ଟ୍ରିମିଂ ହେବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ସଚିନ ପାଠକ ।