ମୁମ୍ବାଇ: ହ୍ୟାଣ୍ଡସମ ହଙ୍କ ଜନ ଅବ୍ରହାମ ଏବର୍ଷ ଆକ୍ସନ ଡ୍ରାମା ଫିଲ୍ମ ‘ସତ୍ୟମେବ ଜୟତେ 2’ ନେଇ ଫେରିବେ । ଯେଉଁଥିରେ ତାଙ୍କ ସହ ନଜର ଆସିବେ ସୁନ୍ଦରୀ ଅଭିନେତ୍ରୀ ଦିବ୍ୟା ଖୋସଲା । ସେପଟେ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରୋଲ ହେଉଛନ୍ତି ଅଭିନେତା । ଏକ ପୋଷ୍ଟ ପାଇଁ ଟ୍ରୋଲର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି ।
ତେବେ କଥାଟି ହେଲା ଯେ ବୁଧବାର ସେ ଇନଷ୍ଟାଗ୍ରାମରେ ନିଜର ଏକ ଷ୍ଟଣ୍ଟ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ବାଇକ୍ ଷ୍ଟଣ୍ଟ କରୁଥିବାର ନଜର ଆସୁଥିଲେ । ଭିଡିଓ ଦେଖି ଲାଗୁଛି ଜନ ଫିଲ୍ମର ସୁଟିଂ କରୁଥିବାର । ହେଲେ ବିନା ହେଲମେଟରେ ବାଇକ୍ ଚଲାଉଥିବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।
ସେହିପରି ଏହାର କ୍ୟାପସନରେ ଜନ ଲେଖିଛନ୍ତି,‘ଷ୍ଟଣ୍ଟିଂ, ଆକ୍ସନ, ବାଇକ୍ସ, ଆଟାକ୍ ।’ ଏଥିରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ସୁରକ୍ଷା ଚିନ୍ତା ନାହିଁ ।’ ଦ୍ବିତୀୟ ୟୁଜର କହିଛନ୍ତି, ‘ଜନ ଦୟା କରି ହେଲମେଟ ପିନ୍ଧନ୍ତୁ ।’
- " class="align-text-top noRightClick twitterSection" data="
">
ଯଦି ‘ସତ୍ୟମେବ ଜୟତେ 2’ କଥା ହେବା ତାହାଲେ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ମିଲାପ ଜାବେରି । ସେହିପରି ଜନ ଓ ଦିବ୍ୟାଙ୍କ ବ୍ୟତୀତ ଫିଲ୍ମରେ ମନୋଜ ବାଜପେୟୀ ମଧ୍ୟ ନଜର ଆସିବେ । 2018ରେ ରିଲିଜ ହୋଇଥିଲା ‘ସତ୍ୟମେବ ଜୟତେ’ର ସିକ୍ବେଲ ଫିଲ୍ମ ‘ସତ୍ୟମେବ ଜୟତେ 2’ ।
@IANS