ETV Bharat / sitara

୨୦୦ କୋଟି ହେରଫେର ମାମଲା, ବାରମ୍ବାର ED ସମନ ସତ୍ତ୍ବେ ହାଜର ହେଉନାହାଁନ୍ତି ଜ୍ୟାକଲିନ

EDର ବାରମ୍ବାର ସମନ ସତ୍ତ୍ବେ ହାଜର ହେଉନାହାନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଅଧିକ ପଢନ୍ତୁ...

Actor Jacqueline Fernandez Skips Probe Agency's Summons for 4th time
ED କୁ ଜାକଲିନଙ୍କ ବେଖାତିର, ବାରମ୍ବାର ସମନ ସତ୍ତ୍ବେ ହାଜର ହେଉନାହାନ୍ତି
author img

By

Published : Oct 19, 2021, 9:15 AM IST

ମୁମ୍ବାଇ: ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ବାରମ୍ବାର ସମନ ସତ୍ତ୍ବେ ବେଖାତିର କରୁଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ୍ । ED ର କ୍ରମାଗତ ସମନ ପରେ ବି ୪ର୍ଥ ଥର ହାଜର ହେଲେନି ଅଭିନେତ୍ରୀ ।

ସୂଚନା ଅନୁଯାୟୀ ଅର୍ଥ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କୁ ବାରମ୍ବାର ସମନ ପଠାଉଛି । ମାତ୍ର ସେ ଅଲଗା କାମରେ ବ୍ୟସ୍ତ ଥିବା ଦର୍ଶାଇ ED ରେ ହାଜର ହେଉନାହାନ୍ତି । ପ୍ରଥମେ ଜ୍ୟାକଲିନ୍ ତାଙ୍କ ତଦନ୍ତ ପ୍ରକ୍ରିୟାକୁ ଆସନ୍ତା ମାସର ପ୍ରଥମ ସପ୍ତାହ ଯାଏ ଘୁଞ୍ଚାଇ ଦେବାକୁ ED କୁ ଅନୁରୋଧ କରିଥିଲେ । କିନ୍ତୁ ED ଏଥିରେ ରାଜି ହୋଇନଥିଲେ ।

୨୦୦ କୋଟି ଠକେଇ ମାମଲାରେ ED ତୁରନ୍ତ ଜ୍ୟାକଲିନଙ୍କ ବୟାନ ରେକର୍ଟ କରିବାକୁ ଚାହୁଁଛି । ତେଣୁ ଶନିବାର ସେ ED ରେ ହାଜର ନହେବା ପରେ ସୋମବାର ଯେମିତି ହେଉ ହାଜର ହେବାକୁ ED ସମନ ଜାରି କରିଥିଲା । ମାତ୍ର ଏଥର ମଧ୍ୟ ଜ୍ୟାକଲିନ EDକୁ ବେଖାତିର କରିଥିବା ଦେଖିବାକୁ ମିଳିଛି ।

ତେବେ ଅଗଷ୍ଟ ୩୦ ରେ ED ପ୍ରଥମ କରି ଜ୍ୟାକଲିନଙ୍କ ବୟାନ ରେକର୍ଡ କରିଥିଲା । ପରବର୍ତ୍ତୀ ଜେରା ପାଇଁ ହାଜର ହେଉନାହାନ୍ତି ଅଭିନେତ୍ରୀ ଜ୍ୟାକଲିନ୍ । ଅନ୍ୟପଟେ ନୋରା ଫତେଇଙ୍କୁ ମଧ୍ୟ ସମାନ ମାମଲାରେ ସମନ ପଠାଇଛି ED ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.